ନା’ କେହି ମାନୁଛନ୍ତି କରୋନା ନିୟମ ନା’ ପିନ୍ଧୁଛନ୍ତି ମାସ୍କ, ଦିଲ୍ଲୀ ଏୟାରପୋର୍ଟର ଦୃଶ୍ୟ ସେୟାର କଲେ ନେହା ଧୁପିଆ

ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନା ଟିକା ଆସିସାରିଥିଲେ ମଧ୍ୟ ସଂକ୍ରମଣ କମିବାର ନାଁ ଧରୁନି। ଏଣୁ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେବାକୁ ସରକାର ବାରମ୍ବାର ସଚେତନ କରୁଛନ୍ତି। ତେବେ କିଛି ଲୋକ ଏହି ନିୟମ ପାଳନ କରୁଥିବା ବେଳେ ଆଉ କିଛି ଖୁଲମଖୁଲା ନିୟମ ଉଲ୍ଲଂଘନ କରୁଛନ୍ତି।

ଅଭିନେତ୍ରୀ ନେହା ଧୁପିଆ ଦିଲ୍ଲୀ ଏୟାରପୋର୍ଟରେ ଲୋକଙ୍କ ପ୍ରବଳ ଭିଡ଼ର ଫଟୋ ସେୟାର କରିଛନ୍ତି। ଏଥିସହ ସୋସିଆଲ ଡିସ୍‌ଟାନ୍ସିଂ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଫଟୋ ସେୟାର କରି ନେହା ଲେଖିଛନ୍ତି- ସକାଳେ ଏୟାରପୋର୍ଟରେ… ଲୋକମାନେ ଲାଇନ୍‌ରୁ ବାହାରି ସଫେଇ ଦେଇଛନ୍ତି… ଆମର ବିଳମ୍ବ ହେଉଛି ଓ ଆମେ ଲାଇନ୍‌ରେ ଠିଆ ହେବାକୁ ସକାଳ ଶୀଘ୍ର ଉଠିଛୁ, ଅଧା ପିନ୍ଧା ହୋଇଥିବା ମାସ୍କ ଥୋଡ଼ିରେ ଲାଗିଛି, ସଫେଇ ଦେଇଛନ୍ତି ଆରାମଦାୟକ ନୁହେଁ ଓ ଆମେ ବହୁ ସାବଧାନତାର ସହ ମାସ୍କ ପିନ୍ଧୁଛୁ, ସୁଧୁରି ଯାଆନ୍ତୁ, ଆସନ୍ତୁ ନିଜ ପାଇଁ ଓ ଆଖପାଖ ଲୋକଙ୍କ ପାଇଁ କିଛି ସୁଧାର ଆଣିବା।


ତା’ ପର ଟ୍ଵିଟ୍‌ରେ ସେ ଲେଖିଛନ୍ତି- ସୋସିଆଲ ଡିସ୍‌ଟାନ୍ସିଂର କୌଣସି ମୂଲ୍ୟ ନାହିଁ। ଦୟା କରି ମାସ୍କ ପିନ୍ଧନ୍ତୁ। ସାନିଟାଇଜ କରନ୍ତୁ ଓ ସୋସିଆଲ ଡିସ୍‌ଟାନ୍ସିଂ ବଜାୟ ରଖନ୍ତୁ। ଆମେ ଆଉ କେତେ ଥର ଗୋଟିଏ କଥାକୁ ଦୋହରାଇବୁ। ଆପଣଙ୍କ ପାଇଁ ଆମ ସମସ୍ତଙ୍କ ପାଇଁ।


ଦିଲ୍ଲୀ ଏୟାରପୋର୍ଟର ଏହି ଦୃଶ୍ୟ ଦେଖି କହିବା କଷ୍ଟକର ଯେ ଲୋକଙ୍କୁ କରୋନା ସଂକ୍ରମିତ ହେବାର ଆଦୌ ଭୟ ନାହିଁ। ପିଲାଠୁ ବୁଢ଼ା ଯାଏଁ ସମସ୍ତେ ବିନା ମାସ୍କରେ ଗହଳି କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.