ଉଦିତ୍‌ ନାରାୟଣଙ୍କ ପୁଅର ହାତ ଧରିବେ ନେହା କକ୍କଡ! ପୂରା ଫ୍ୟାମିଲ ସହ ହେଲା ଭେଟ, ଦେଖନ୍ତୁ ଫଟୋ

ବଲିଉଡ୍‌ର ଜଣାଶୁଣା ସିଙ୍ଗର୍‌ ନେହା କକ୍କଡ ଏବେ ଲୋକପ୍ରିୟ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’କୁ ଜଜ୍‌ କରୁଛନ୍ତି। ଏହି ଶୋ’କୁ ଆସିବା ଦିନଠୁ ସବୁବେଳେ ନେହାଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ। କେବେ କେବେ ନେହା କୌଣସି ପ୍ରତିଯୋଗୀଙ୍କ କାହାଣୀ ଶୁଣି କାନ୍ଦିବାକୁ ଲାଗନ୍ତି ତ ପୁଣି କେବେ ଟ୍ୟାଲେଣ୍ଟକୁ ନେଇ ବହୁତ ଖୁସି ହୋଇ ନିଜେ ହିଁ କିଛି ପୁରସ୍କାର ଦେଇଦିଅନ୍ତି।

ne1

ତେବେ ଏହାରି ଭିତରେ ଫ୍ୟାନ୍‌ମାନଙ୍କ ପାଇଁ ଚକିତ କଲା ଭଳି ଏକ ଖବର ଆସିଛି। କଥାଟି ହେଲା, ଇଣ୍ଡିଆନ୍‌ ଆଇଡଲ୍‌ ଷ୍ଟେଜ୍‌ରେ ନେହା କକ୍କଡଙ୍କ ବିବାହର ପୂରା ପ୍ରସ୍ତୁତି ହୋଇଯାଇଛି। କେବଳ ଏତିକି ନୁହେଁ, ଶୋ’ର ସେଟ୍‌ ଉପରେ ନେହାଙ୍କୁ ଭେଟିବା ପାଇଁ ତାଙ୍କ ଶାଶୁଘରର ପୂରା ଫ୍ୟାମିଲି ଆସିଥିଲେ ଏବଂ ସର୍ବସାଧାରଣରେ ନେହାଙ୍କୁ ବୋହୂ ବୋଲି ମାନିନେଇଥିଲେ। ନେହା କକ୍କଡଙ୍କ ବିବାହ ଖବର ସେତେବେଳେ ଚର୍ଚ୍ଚା ହୋଇଥିଲା, ଯେତେବେଳେ ଇଣ୍ଡିଆନ୍‌ ଆଇଡଲ୍‌ ସେଟ୍‌ ଉପରେ ଆଦିତ୍ୟ ନାରାୟଣଙ୍କ ବାପା ଉଦିତ୍‌ ନାରାୟଣ ନିଜ ସ୍ତ୍ରୀଙ୍କ ସହିତ ପହଞ୍ଚିଥିଲେ।

ne3

ଏକ ଗଣମାଧ୍ୟମର ଖବର ମୁତାବକ, ଇଣ୍ଡିଆନ୍‌ ଆଇଡଲ୍‌ ୧୧ର ଆଗାମୀ ଏପିସୋଡ୍‌ରେ ଉଦିତ୍‌ ନାରାୟଣ ଓ ଅଲ୍‌କା ୟାଗ୍ନିକ୍‌ ପହଞ୍ଚିବେ। ଏହି ଶୋ’ରେ ଉଦିତ୍‌ ନାରାୟଣ, ନେହା କକ୍କଡଙ୍କୁ ନିଜର ପୁଅ ନାଁ ନେଇ ଟିଜ୍‌ କରୁଥିବାର ଦେଖିବାକୁ ମିଳିବ। ସେଠି ଉଦିତ୍‌ ଏହା ମଧ୍ୟ କହୁଥିବାର ଦେଖାଯିବ ଯେ ‘ସେ ଶୋ’କୁ ପ୍ରଥମ ଏପିସୋଡ୍‌ରୁ ଫଲୋ କରୁଛନ୍ତି, ଯାହାର ଦୁଇଟି କାରଣ ଅଛି। ପ୍ରଥମତଃ ଶୋ’ର ପ୍ରତିଯୋଗୀମାନେ ବହୁତ ଟ୍ୟାଲେଣ୍ଟେଡ୍‌ ଏବଂ ଦ୍ୱିତୀୟରେ ସେ ନେହା କକ୍କଡଙ୍କୁ ନିଜର ବୋହୂ କରିବାକୁ ଚାହୁଁଛନ୍ତି।

ne4

ଗଣମାଧ୍ୟମ ରିପୋର୍ଟରେ ଆହୁରି କୁହାଯାଇଛି ଯେ କେବଳ ଉଦିତ୍‌ ହିଁ ନୁହନ୍ତି, ବରଂ ତାଙ୍କ ପତ୍ନୀ ଦୀପା ନାରାୟଣ ମଧ୍ୟ ନେହାଙ୍କୁ ନାରାୟଣ ଖାନ୍‌ଦାନର ବୋହୂ ମାନିବାର କଥା କହିଥିଲେ। ଏପରି କି, ନେହାଙ୍କ ପ୍ୟାରେଣ୍ଟସ୍‌ ମଧ୍ୟ ଶୋ’କୁ ଆସିଥିଲେ ଏବଂ ସେମାନେ ବି ଏହି ବିବାହ ପାଇଁ ରାଜି ହୋଇଥିଲେ।ଏହି ସମୟରେ ଆଦିତ୍ୟ ବହୁତ ଖୁସି ଥିବାର ନଜର ଆସିଥିଲେ। କିନ୍ତୁ ନେହା କହିଥିଲେ ଯେ ଯଦି ସେ ଏତେ ଜଲ୍‌ଦି ବିବାହ ପାଇଁ ମାନିଯିବେ, ତା’ହେଲେ କୌଣସି ମଜା ଆଉ ରହିବ ନାହିଁ। କହି ରଖୁଛୁ କି, ଏହି ଏପିସୋଡ୍‌ର ଶୁଟିଂ ସରିଯାଇଛି ଏବଂ ଖୁବ୍‌ଶୀଘ୍ର ଏହା ରିଲିଜ୍‌ ହେବାକୁ ଯାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.