ନେହା କକ୍କର ଓ ରୋହନପ୍ରୀତ ସିଂଙ୍କ ନିର୍ବନ୍ଧ ଶେଷ, ସାମ୍ନାକୁ ଆସିଲା ଉତ୍ସବର ପ୍ରଥମ Video

ବଲିଉଡ ସିଙ୍ଗର ନେହା କକ୍କରଙ୍କ ବିବାହ ଖବର ଲଗାତାର ସାମ୍ନାକୁ ଆସିବାରେ ଲାଗିଛି। ଏହାରି ଭିତରେ ନେହା, ରୋହନପ୍ରୀତ ସିଂଙ୍କ ସହିତ ହୋଇଥିବା ତାଙ୍କ ନିର୍ବନ୍ଧ ଉତ୍ସବର ଏକ ଭିଡ଼ିଓ ସେୟାର କରିଛନ୍ତି। ଦୁହେଁ ୨୪ ଅକ୍ଟୋବରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଦୁହିଁଙ୍କର ଗୀତ ‘ନେହୁ ଦା ବ୍ୟାହ’ ୨୧ ତାରିଖରେ ରିଲିଜ ହେବାର ଅଛି।

jjj

ନିଜ ନିର୍ବନ୍ଧ ସେରିମନି ଭିଡ଼ିଓ ସେୟାର କରି ନେହା କ୍ୟାପସନ ଲେଖିଛନ୍ତି, ‘ନେହୁ ଦା ବ୍ୟାହ’ କାଲି ରିଲିଜ ହେଉଛି। ସେ ପର୍ଯ୍ୟନ୍ତ ମୋ ଫ୍ୟାନ ଏବଂ ‘ନେହୁପ୍ରୀତ’ଙ୍କ ଫ୍ୟାନମାନଙ୍କ ପାଇଁ ଏକ ଛୋଟ ଉପହାର। ଆଇ ଲଭ ୟୁ ରୋହନପ୍ରୀତ ଏବଂ ପରିବାର। ଧନ୍ୟବାଦ ମିସେଜ ଆଣ୍ଡ ମିଷ୍ଟର କକ୍କର ମାନେ ମମ୍ମି-ପାପା ଏହି ସୁନ୍ଦର ସେରିମନି ପାଇଁ’।

hj

ନିକଟରେ ନେହା ଏକ ଭିଡ଼ିଓ ସେୟାର କରିଥିଲେ। ଏହି ଭିଡ଼ିଓ ସେତେବେଳର, ଯେତେବେଳେ ନେହା, ରୋହନପ୍ରୀତ ଏବଂ ତାଙ୍କ ପରିବାରକୁ ପ୍ରଥମ ଥର ଭେଟିଥିଲେ। ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ନେହା ଭିଡ଼ିଓ ସେୟାର କରି ଲେଖିଛନ୍ତି, ‘ସେହି ଦିନ, ଯେବେ ସେ ମୋତେ ତାଙ୍କ ପରିବାର ସହ ମିଶାଇଥିଲେ। ଲଭ ୟୁ ରୋହନପ୍ରୀତ ସିଂ’।

ji

ରୋହନପ୍ରୀତ ବି ଏକ ସୁନ୍ଦର ମେସେଜ ଲେଖିଥିଲେ, ‘ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବିନି କି, ଏହି ଦିନ ମୋ ପାଇଁ କେତେ ଗୁରୁତ୍ୱ ରଖୁଛି। ତୁମ ହାତ ଧରିକି ମୋତେ ପୂରା ଦୁନିଆ ମିଳିଗଲା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମକୁ ଭଲ ପାଇବି’। ତେବେ ଖବର ମୁତାବକ, ନେହା ଓ ରୋହନପ୍ରୀତଙ୍କ ଗ୍ରାଣ୍ଡ ୱେଡିଙ୍ଗ ୨୪ ତାରିଖରେ ଦିଲ୍ଲୀରେ ହେବ। ୨୨ ତାରିଖରେ ଏହି ଯୋଡ଼ି ରେଜିଷ୍ଟର ମ୍ୟାରେଜ ମଧ୍ୟ କରିବେ।

 

View this post on Instagram

 

The day he made me meet His Parents and Family ♥️😇 Love You @rohanpreetsingh 🥰 #NehuPreet

A post shared by Neha Kakkar (@nehakakkar) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.