ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା, କଟକର ଏହି ୯ଟି ପୂଜା ମଣ୍ଡପକୁ ଅନୁମତି ଦେଲେ ହାଇକୋର୍ଟ

କେନ୍ୟୁଜ (ବ୍ୟୁରୋ): ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା। କଟକ ସହରରେ ପୂର୍ବରୁ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା ୯ଟି ପୂଜା ମଣ୍ଡପ କୁ ଅନୁମତି ଦେଲେ ହାଇକୋର୍ଟ। ଶିଖର ପୁର ଗଣ୍ଡରପୁର, ନୂଆବଜାର, ଶେଖବଜର, ମଙ୍ଗଳାବାଗ, ବିନୋଦ ବିହାରୀ ବାଲୁ ବଜାର, ଅଲିଶା ବଜାର, କାଜି ବଜାର ଆଦି ପୀଠ, ଉପର ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟିକୁ ମିଳିଛି ଅନୁମତି । ଏହି ସମସ୍ତ ମେଢର ଭସାଣି କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର କିମ୍ବା ରାଜ୍ୟ ସରକାରଙ୍କ ଉପଯୁକ୍ତ ଅଧିକାରୀ କୋଭିଡ ଗାଇଡ଼ ଲାଇନ ଭିତରେ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ନାମା ରେ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ଏହି ୯ଟି ପୂଜା କମିଟି ଓ କେବଳ ଦୁର୍ଗା ପୂଜା ପାଇଁ ପ୍ରଯୁଜ୍ୟ ଅଟେ। ରାଜ୍ୟର ଅନ୍ୟ କୌଣସି ପୂଜା କମିଟି କିମ୍ବା ସମ୍ପୃକ୍ତ ପୂଜାମଣ୍ଡପ ର ଆଗକୁ ଥିବା ଅନ୍ୟ କୌଣସି ପୂଜା ପାଇଁ ଲାଗୁ ହେବ ନାହିଁ । ଏହା ସହ ସ୍ୱତନ୍ତ୍ର ରିଲିଫ କମିଶନ ଗତ ସେପ୍ଟେମ୍ବର 10 ତାରିଖରେ ଦେଇଥିବା ଗାଇଡ଼ ଲାଇନରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନକୁ ମାନି ପୂଜା ଆୟୋଜନ କରିଥିବା ପୂଜାକମିଟି ଗୁଡିକୁ ପ୍ରଶଂସା କରିଛନ୍ତି । ସେହିଭଳି ଅନ୍ୟ ଏକ ମାମଲାରେ ପୁରୀର ସାତ ସାହି ପୂଜା କମିଟି 4 ଫୁଟରୁ ଅଧିକ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିଥିବାବାରୁ ସେହି ପୂଜାମଣ୍ଡପକୁ ଅଧିକ ଉଚ୍ଚତାର ମୂର୍ତ୍ତି ସହ ପୂଜା କରିବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଏହି ପୂଜା ମଣ୍ଡପର କୋଭିଡ ଗାଇଡ଼ଲାଇନରେ ଦେବୀ ଭସାଣି କରିବା ପାଇ ପୁରୀ ଜିଲ୍ଲାପାଳ ଓ ଏସପି ପଦକ୍ଷେପ ଗ୍ରହଣ କରିବକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଅନ୍ୟ ଦୁଇଟି ମାମଲାରେ ଦେଓଗଡ଼ର ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ଯୋବ୍ରା ନାଗରିକ ମଞ୍ଚ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ କରି ପୂଜା କରିବାକୁ ଆବେଦନ କରିଥିବା ବେଳେ, ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଏହା ସହ ଅଦାଲତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସେପ୍ଟେମ୍ବର 10 ତାରିଖର ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.