Below header

ସ୍ତ୍ରୀ ଆଗରେ କୁକୁଡା ସହିତ ଯୌନ ସମ୍ପର୍କ ସ୍ଥାପନ କଲେ ଯୁବକ, ଭିଡିଓ କରି ଭାଇରଲ କଲେ ପତ୍ନୀ

ଅନେକ ଥର ମଣିଷ ନିଜ ଶରୀରର ଭୋକ ମେଣ୍ଟାଇବା ପାଇଁ ଏମିତି କିଛି କାମ କରିବସେ, ଯେଉଁଥିପାଇଁ ତାକୁ ପଶ୍ଚାତାପ କରିବାକୁ ପଡିଥାଏ। ନିଜ ବୁଦ୍ଧି ଓ ବିବେକକୁ ପୋଡି ଖାଇ ଏମିତି ପରିସ୍ଥିତି ସୃଷ୍ଟି କରେ। ଯାହା ପାଇଁ ପରେ ଲଜ୍ଜିତ ହେବାକୁ ପଡିଥାଏ। ମଣିଷ ସମାଜରେ ଏପରି ବ୍ୟକ୍ତିକୁ ଘୃଣ୍ୟ କରିଦିଏ। ଏମିତି ଏକ ଘଟଣା ବ୍ରିଟେନରେ ଦେଖବାକୁ ମିଳିଛି ଯାହା ଆପଣ ଶୁଣିଲେ ଆପଣଙ୍କ ମୁଣ୍ଡ ଲାଜରେ ତଳକୁ ହୋଇଯିବ ।

ସୂଚନା ମୁତାବକ, ୩୭ ବର୍ଷୀୟ ଜଣେ ଯୌନପିପାସୁ ଯୁବକ ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ସ୍ତ୍ରୀ ସାମ୍ନାରେ ଏକ କୁକୁଡା ସହ ରଖିଥିଲେ ଶାରୀରିକ ସମ୍ପର୍କ। ଆଉ ସ୍ବାମୀଙ୍କର ଏପରି କାମକୁ ନିଜ ମୋବାଇଲରେ ରେକର୍ଡ କରୁଥିଲେ ଯୁବକଙ୍କ ପତ୍ନୀ।

police

ଏଥିପାଇଁ ଯୁବକ ରେହାନ ବେଗ ଏହି ମାମଲାରେ ଦୋଷୀ ହୋଇଛନ୍ତି। ଏଥିପାଇଁ ତାଙ୍କୁ କୋର୍ଟ ୩ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ବ୍ରିଟେନର ବ୍ରେଡଫୋର୍ଡ କ୍ରାଉନ କୋର୍ଟ ଯୁବକଙ୍କୁ ଏହି ଦଣ୍ଡ ଶୁଣାଇଛନ୍ତି। ଏହି ଘଟଣା ପରେ କୁକୁଡାଟିର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କର ଏପରି ବିକୃତ ମାନସିକତାକୁ ସହଯୋଗ କରିଥିଲେ ପତ୍ନୀ। ତେବେ ସ୍ବାମୀଙ୍କ ଠାରୁ ସବୁବେଳେ ଘରୋଇ ହିଂସାର ଶିକାର ହେଉଥିବା ଦର୍ଶାଇଥିଲେ ମହିଳା।

କେବଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଜଣକ ଛୋଟ ଛୋଟ ପିଲାଙ୍କୁ ଯୌନଶୋଷଣ କରୁଥିବାର ଭିଡିଓ ନିଜ ପାଖରେ ରଖିଥିବା ପୋଲିସକୁ ସୂଚନା ମିଳିଥିଲା। ଜାତୀୟ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ମିଳିବା ପରେ ଚଢାଉ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.