ସ୍ୱାମୀଙ୍କ ସହିତ ଏୟାରପୋର୍ଟରେ ସ୍ପଟ୍ ହେଲେ ନେହା କକ୍କର, ପିନ୍ଧିଥିବା ଟି ସାର୍ଟର ଦାମ୍ ୪୨ ହଜାର ଟଙ୍କା !
ବଲିଉଡ୍ର ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ନିକଟରେ ଏୟାରପୋର୍ଟରେ ସ୍ୱାମୀ ରୋହନପ୍ରୀତ୍ଙ୍କ ସହିତ ନଜର ଆସିଥିଲେ। ନେହା ଡାର୍କ ବ୍ଲ୍ୟୁ ଟି ସାର୍ଟ ଏବଂ ବ୍ଲାକ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ରୋହନପ୍ରୀତ୍ କଲରଫୁଲ୍ ସାର୍ଟ ଏବଂ ବ୍ଲାକ୍ ଶର୍ଟସ୍ ପିନ୍ଧିଥିଲେ। ଦୁଇଜଣ ହ୍ଵାଇଟ୍ ରଙ୍ଗର ସ୍ପୋର୍ଟ ଶୁଜ୍ ପିନ୍ଧିଥିବାର ଦେଖାଯାଇଥିଲା। ଏଥିସହିତ ସେମାନେ ବ୍ଲାକ୍ ରଙ୍ଗର ସନ୍ଗ୍ଲାସେଜ୍ ବି କ୍ୟାରୀ କରିଥିଲେ।
ତେବେ ନେହା ଯେଉଁ GUCCI ଟି ସାର୍ଟ ପିନ୍ଧିଥିଲେ, ତାହାର ଦାମ୍ ଜାଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ। ଏହି ଟି ସାର୍ଟ, କମ୍ପାନୀର ଇ-କମର୍ସ େଓ୍ଵବ୍ସାଇଟରେ ୫୯୦ ଆମେରିକୀୟ ଡଲାରରେ ବିକ୍ରି ହେଉଛି। ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ଏହାର ଦାମ୍ ପାଖାପାଖି ୪୨ ହଜାର ଟଙ୍କା।
ଓ୍ଵାର୍କ ଫ୍ରଣ୍ଟ୍ ଦେଖିଲେ, ବର୍ତ୍ତମାନ ନେହାଙ୍କର ଏକ ନୂଆ ଗୀତ ରିଲିଜ୍ ହେବ, ଯେଉଁଥିରେ ରୁବୀନା ଦିଲୈକ ଓ ତାଙ୍କ ସ୍ୱାମୀ ଅଭିନବ ଶୁକ୍ଳା ଲିଡ୍ ରୋଲ୍ ପ୍ଲେ କରିବେ। ନେହା ନିଜେ ଏହି ଗୀତକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି। କିଛିଦିନ ତଳେ ସେ ଏହି ଅପ୍କମିଙ୍ଗ୍ ମ୍ୟୁଜିକ୍ ଭିଡିଓର ପୋଷ୍ଟର ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରିଥିଲେ।