ନ୍ୟୁଲି ମ୍ୟାରେଡ୍‌ ମୋନା ସିଂ ସ୍ୱାମୀଙ୍କ ସହ ଶେୟାର କଲେ ପ୍ରଥମ ସେଲ୍‌ଫି, ଲେଖିଲେ ଏଭଳି କଥା

‘ଜସି ଜୈସି କେଇ ନେହିଁ’ର ଫେମ୍‌ ଆକ୍ଟ୍ରେସ୍‌ ମୋନା ସିଂଙ୍କ ବିବାହ ନିକଟରେ ସମ୍ପନ୍ନ ହୋଇଛି। ୨୭ ଡିସେମ୍ବରରେ ସେ ନିଜ ବୟଫ୍ରେଣ୍ଡ ଶ୍ୟାମ୍‌ଙ୍କ ସହ ସାତ୍‌ ଫେରେ ନେଇଥିଲେ। ଏବେ ମୋନା ସ୍ୱାମୀ ଶ୍ୟାମ୍‌ଙ୍କ ସହ ବିବାହ ପରେ ଉଠାଇଥିବା ପ୍ରଥମ ସେଲ୍ଫି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ସେ ନିଜ ଫ୍ୟାନ୍‌ମାନଙ୍କୁ ନ୍ୟୁ ଇୟର ଓ୍ଵିଶ୍‌ ମଧ୍ୟ କରିଛନ୍ତି।

ଫଟୋ ଶେୟାର କରି କ’ଣ ଲେଖିଛନ୍ତି ମୋନା?

ବିବାହ ପରର ପ୍ରଥମ ଫଟୋ ଶେୟାର କରି ମୋନା ଲେଖିଛନ୍ତି, ‘ଆମ ତରଫରୁ ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ। #2020 #newyear #happiness’। ଫଟୋରେ ମୋନା ଖୁବ୍‌ ସିମ୍ପଲ୍‌ ଏବଂ ସୁନ୍ଦରୀ ଦେଖାଯାଉଛନ୍ତି। ସେଲ୍‌ଫିରେ ପୋଜ୍‌ ଦେବା ସମୟରେ ସେ ଖୁବ୍‌ ଖୁସି ଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏବେ ମୋନା ସିଂଙ୍କ ଫଟୋ ଖୁବ୍‌ ଭାଇରାଲ ହେଉଛି। ସମସ୍ତେ କପଲ୍‌ଙ୍କୁ ପୋଷ୍ଟ େଓ୍ଵଡିଙ୍ଗ୍‌ର ଶୁଭେଚ୍ଛା ଜଣାଉଛନ୍ତି।

 

View this post on Instagram

 

Happy 2020 from us to u 🤗😁😍 #2020 #newyear #happiness

A post shared by Mona Singh (@monajsingh) on

ମୋନା ସିଂଙ୍କ ବିବାହ ବହୁତ ବ୍ୟକ୍ତିଗତ ଥିଲା। ବିବାହରେ କେବଳ ନିକଟତମ ଲୋକ ସାମିଲ ହୋଇଥିଲେ। ମୋନା ସିଂ ସବୁବେଳେ ନିଜ ପର୍ସନାଲ ଲାଇଫ୍‌କୁ ପ୍ରାଇଭେଟ୍‌ ରଖିଥାଆନ୍ତି। ସେ ପୂର୍ବରୁ ବହୁଥର ଏ ନେଇ କହିସାରିଛନ୍ତି। ‘ମୁଁ କେବେ ବି ମୋ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହୋଇନାହିଁ କି ହେବାକୁ ମଧ୍ୟ ଚାହୁଁନାହିଁ’ ବୋଲି ମୋନା କହିଛନ୍ତି।

se33

ଓ୍ଵାର୍କ ଫ୍ରଣ୍ଟରେ ଏବେ ମୋନା ଅମିର ଖାନ୍‌ଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ରେ ନଜର ଆସିବେ। ଏଥିରେ ଅମିରଙ୍କ ଅପୋଜିଟ୍‌ରେ କରୀନା କପୁର ଖାନ୍‌ ଅଛନ୍ତି। ଚଳିତବର୍ଷ ଫିଲ୍ମଟି ମୁକ୍ତିଲାଭ କରିବାର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.