ଫିଫା ବିଶ୍ୱକପରେ ତ୍ରିରଙ୍ଗା ଉଡାଇଲେ ନୋରା, ଜିତିନେଲେ ଭାରତୀୟଙ୍କ ମନ

ଫିଫା ବିଶ୍ୱକପରେ ତ୍ରିରଙ୍ଗା ଉଡାଇ ଭାରତୀୟଙ୍କ ମନ ଜିଣିନେଲେ ନୋରା। ନିଜର ଜବରଦସ୍ତ ଡ୍ୟାନ୍ସ ଏବଂ ସୁପର ହଟ୍ ଅନ୍ଦାଜ ପାଇଁ ସମସ୍ତଙ୍କ ହୃଦୟ ଜିତିନେଇଥାନ୍ତି ନୋରା । ନୋରା ଫିଫା ବିଶ୍ୱକପର ଫ୍ୟାନ୍ ଫେଷ୍ଟିଭାଲରେ ଜବରଦସ୍ତ ଡ୍ୟାନ୍ସ କରିବା ସହିତ ତ୍ରିରଙ୍ଗା ଉଡାଇ ଜୟ ହିନ୍ଦ ନାରା ଦେଇଥିଲେ। ଆଉ ନୋରାଙ୍କ ଏଭଳି କାମ ସମସ୍ତଙ୍କ ମନକୁ ଛୁଇଁଥିବା ବେଳେ ସମସ୍ତ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି।
ଅଭିନେତ୍ରୀ ନୋରା ଫତେହୀ ଫିଫା ବିଶ୍ୱମଞ୍ଚରେ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ଭାରତୀୟ। ନୋରା ଫିଫା ବିଶ୍ୱକପ ମ୍ୟୁଜିକ ଭିଡିଓରେ ସାମିଲ ହୋଇଥିବା ପ୍ରଥମ କଳାକାର। ଚଳିତ ଫିଫା ବିଶ୍ୱକପରେ ଡ୍ୟାନ୍ସ ପରଫର୍ମାନ୍ସ ମଧ୍ୟ ଦେଇଛନ୍ତି। ଏହି ସମୟରେ ନୋରା ଡ୍ୟାନ୍ସ ସହିତ ଭାରତର ତ୍ରିରଙ୍ଗା ଉଡାଇ ଜୟ ହିନ୍ଦ ନାରା ଦେଇଥିଲେ।
View this post on Instagram
ଭିଡିଓରେ ଦେଖିବାକୁ ମିଳିଛି କି, ନୋରା ତ୍ରିରଙ୍ଗା ଉଡାଇବା ପରେ କହିଛନ୍ତି, ଭାରତ ଫିଫା ବିଶ୍ୱକପରେ ଭାଗ ନେଇନାହିଁ କିନ୍ତୁ ଭାରତୀୟଙ୍କ ମନରେ ଜୋସର ଅଭାବ ନାହିଁ। ଏବେ ଆମେ ଏହାର ଅଶୀଂଦାର। ଆମ ଜୋସ, ଆମ ଡ୍ୟାନ୍ସ, ଆମ ମ୍ୟୁଜିକ ଦ୍ୱାରା ଆମେ ଜଡିତ। ନୋରାଙ୍କ କଥା ଶୁଣି ଦର୍ଶକ ଜୟ ହିନ୍ଦ୍ କହିଥିବା ନଜର ଆସିଛନ୍ତି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଫିଫା ଫ୍ୟାନ୍ ଫେଷ୍ଟିଭାଲରେ ଜବରଦସ୍ତ ପରଫର୍ମ କରୁଥିବା ନଜର ଆସିଛନ୍ତି। ନୋରା ବିଶ୍ୱକପ ଆନ୍ଥେମ ‘ଲାଇଟ ଦ ସ୍କାଏ’ ଗୀତ ଗାଇ ଡ୍ୟାନ୍ସ କରିଛନ୍ତି। ଏହାପୂର୍ବରୁ ନୋରା ଫିଫା ବିଶ୍ୱକପରେ ନୋରା ଫୁଟବଲ ଷ୍ଟାଡିୟମରେ ମଜା ଉଠାଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଥିଲା । ଯେଉଁଥିରେ ନୋରା ଷ୍ଟାଡିୟମ ମଝିରେ ଖୁସିରେ ଗୀତ ଗାଇ ନାଚିବା ଆରମ୍ଭ କରିଥିଲେ।
ନିକଟରେ ନୋରା ଫୁଟବଲ୍ ମ୍ୟାଚ୍ ପାଇଁ କତାରରେ ପହଞ୍ଚିଥିଲେ। ଏହି ଫରଫାର୍ମ ପୂର୍ବରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା। ନୋରା ସେଠାରେ ମ୍ୟାଚ୍କୁ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳିଥିଲା। ଏନେଇ ନୋରା ନିଜେ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ତାଙ୍କୁ ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭିଡିଓରେ ସେ ଷ୍ଟାଡିୟମରେ ନାଚୁଛନ୍ତି।
View this post on Instagram
ନୋରା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଂ ରୁହନ୍ତି। ଇନଷ୍ଟାଗ୍ରାମରେ ନୋରାଙ୍କର ୪୨.୬ ମିଲିଅନ ଫଲୋୟର୍ସ ରହିଛନ୍ତି। କିନ୍ତୁ ସେ ନିଜେ ମାତ୍ର ୪୩୦ ଜଣ ଲୋକଙ୍କ ଫଲୋ କରନ୍ତି। ନୋରା ଏପର୍ଯ୍ୟନ୍ତ ୧୭୪୩ ପୋଷ୍ଟ କରିସାରିଛନ୍ତି। ନୋରାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ। ନୋରାଙ୍କୁ ଇନଷ୍ଟା କୁଇନ ବୋଲି ଫ୍ୟାନ୍ସ କୁହନ୍ତି। ନୋରାଙ୍କ ହଟ୍ ଅନ୍ଦାଜ ଏବଂ କିଲର ଡ୍ୟାନ୍ସ ମୁଭ୍ସ ପାଇଁ ସମସ୍ତେ ପାଗଳ।