Below header

ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍‌ ମିତ୍ରଙ୍କ ପରଲୋକ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ଆଉ ନାହାନ୍ତି । ଗତକାଲି ରାତି ୧୨ଟା ୧୫ ମନିଟ୍‌ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସଲିଲ ପ୍ରାଣ ହରାଇଛନ୍ତି । ଗତମାସ ୧୨ ତାରିଖରେ  ସୁଟିଂସାରି ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ସଲିଲଙ୍କ କାର୍‌ । ପ୍ରଥମେ ଆହତ ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣାରେ ସଲିଲଙ୍କ ହାତଗୋଡ଼ ଭାଙ୍ଗିଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ଓ ଦୁଇଝିଅ ପାଖରେ ଉପସ୍ଥିତ ଥିଲେ । ଖବର ଜାଣିବା ପରେ ଓଡ଼ିଆ ସିନେମା ଓ ସିରଏଲ୍‌ ସହିତ ସମ୍ପୃକ୍ତ ବହୁ ବ୍ୟକ୍ତି ସଲିଲଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ସଲିଲ୍‌ ଅନେକ ଓଡ଼ିଆ ସିନେମା ଓ ଧାରାବାହିକରେ ହାସ୍ୟ ଅଭିନୟକରି ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ । ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଥିଲା ତାଙ୍କର ପ୍ରଥମ ସିନେମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.