ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଅନୁଷ୍ଠାନ ପକ୍ଷରୁ ୧୯୭୭ର ଓଡିଆ ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ର ସ୍କ୍ରିନିଂ

ଭୁବନେଶ୍ବର(କେନ୍ୟୁଜ୍): ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଅନୁଷ୍ଠାନ ପକ୍ଷରୁ ୧୯୭୭ ମସିହାର ଓଡିଆ ଚଳଚ୍ଚିତ୍ର ‘‘ରକ୍ତ ଗୋଲାପ’’ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି । ଫିଲ୍ମର ପୁନରୁଦ୍ଧାର କରି ଦର୍ଶକଙ୍କ ଆଗରେ ପୁନଃ ଉପସ୍ଥାପିତ କରିଥିବାରୁ କଳାକାର ମାନେ ଧନ୍ୟବାଦ ଜଣାଇଛନ୍ତି ।

ratka golap ପୁରାତନ ଓଡିଆ ଫିଲ୍ମର ସଂରକ୍ଷଣ ପାଇଁ ଏହି ଫୋରମ କାର୍ଯ୍ୟ କରି ଆସୁଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଶ୍ରୀରାମ ପଣ୍ଡା, ବନଜା ମହାନ୍ତି ,ଅଭିନେତା ସୁରେଶ ମିଶ୍ର, ରମେଶ ପାଣିଗ୍ରାହୀ, ପ୍ରଯୋଜକ ଶଶାଙ୍କ ଶେଖର ମିଶ୍ର,ଗାୟକ ପ୍ରଣବ ପଟ୍ଟନାୟକ ଓ ଜଗନ୍ନାଥ ପାଣିଗ୍ରାହୀ ଅଭିନୟ କରିଥିଲେ । ଏହି ଫିଲ୍ମ ସହ ସଂଶ୍ଳିଷ୍ଟ ଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜୟଦେବ ଭବନରେ ବହୁ ଦର୍ଶକ ବସି ଫିଲ୍ମକୁ ଉପଭୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.