କିଏ ଭାଙ୍ଗିବ କବାଟ, କିଏ ଧରିବ ଅପରାଧୀ ? କାରଣ ବନ୍ଦ ହୋଇଯିବ CID

ମୁମ୍ବାଇ : ଟେଲିଭିଜନର ବହୁ ପୂରୁଣା ଏବଂ ଚର୍ଚ୍ଚିତ କ୍ରାଇମ୍ ସୋ CIDର ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର। ସୋନି ଚ୍ଯାନେଲରେ ପ୍ରସାରିତ ହୋଉଥିବା ବହୁତ ଚର୍ଚ୍ଚିତ ସୋ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି। ଟେଲିଭିଜନରେ CIDକୁ ଏବେ ପୂରା ହୋଇଛି ୨୧ ବର୍ଷ। ଏନେଇ ସମସ୍ତେ ଖୁସି ମନାଉଥିବା ବେଳେ ଆସିଛି ଏକ ଦୁଃଖ ଖବର। ଏବେ ନା ଟିଭିରେ ଏସିପି ପ୍ରଦ୍ଯୁମ୍ନ, କିଛି ତ ଗଡ଼ବଡ଼ ରହିଛି କହିବେ ନାହିଁ ଦୟା କେବେ କବାଟ ଭାଙ୍ଗିବ। ଏବେ ମିଳିଥିବା ମିଡ଼ିଆ ରିପୋର୍ଟ ମୁତାବକ, CIDର ଶେଷ ଏପିସୋଡ଼ ଆସନ୍ତା ୨୯ ତାରିଖରୁ ବନ୍ଦ ହେବାକୁ ଯାଉଛି। ଆଜ୍ଞା ହଁ, ଅକ୍ଟୋବର ୨୯ ତାରିଖରୁ ଟିଭିରେ ପ୍ରସାରିତ ହେବ ନାହିଁ କ୍ରାଇମ୍ ସୋ CID।
CID ସୋ ୧୯୯୭ ମସିହାରୁ ଲଗାତାର ଦର୍ଶକଙ୍କର ମନୋରଞ୍ଜନ କରି ଆସୁଥିଲା। ଏପରିକି ନିକଟରେ ୧୫୪୬ଏପିସୋଡ଼ରେ ପୂରା କରିଥିଲା। ତେବେ ସୋକୁ ବନ୍ଦ କରିବା ପଛରେ ଏପରି କିଛି ଖାସ କାରଣ ଜଣାପଡ଼ିନାହିଁ। କାରଣ ସୋର ଟିଆରପି ଏତେ ବର୍ଷ ପରେ ମଧ୍ୟ କମ ହୋଇନଥିଲା। ସୋର ପ୍ରମୁଖ ଭାବେ ନଜର ଆସୁଥିବା ଏସିପି ପ୍ରଦ୍ଯୁମ୍ନଙ୍କ ଚରିତ୍ରରେ ଥିଲେ ଶିବାଜୀ ସାଥମ୍ , ଦୟାନନ୍ଦ ସେଟ୍ଟୀଙ୍କ ଚରିତ୍ରରେ ଇସ୍ପେକ୍ଟର ଦୟା ଏବଂ ଆଦିତ୍ଯ ଶୀବାସ୍ତବ ଅଭିଜିତଙ୍କ ଚରିତ୍ରରେ ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି।
ଦୟା ଓରଫ ଦୟାନନ୍ଦ ସେଟ୍ଟୀ କହିଛନ୍ତି, କିଛି ଦିନ ପୂର୍ବେ ସୁଟିଂ ସମୟରେ ପ୍ରଯୋଜକ ବିପିଙ୍କୁ ଏକ ଫୋନ ଆସିଥିଲା ଯେଉଁଥିରେ ତାଙ୍କୁ ସୋ ବନ୍ଦ କରିବା ପାଇଁ କୁହାଯାଇଥିଲା। ଏହାପରେ ସୋର ପୂରା ଟିମ୍ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। ତେବେ ଏବେ ଯେତିକି ଅସୁବିଧା ଏବଂ ଧକ୍କା ଟିମକୁ ଲାଗିଛି ସେତିକି ଲାଗିଛି ଦର୍ଶକଙ୍କୁ ମଧ୍ୟ।