ବର୍ଷ ୨୦୨୦ ଆଉ କରୋନା ଥିଲେ ଓଲିଉଡ୍‌ ପାଇଁ ଅଭିଶାପ

୨୦୨୦ କାହା ପାଇଁ ଥିଲା ଆନନ୍ଦର ବର୍ଷ ? ବୋଧହୁଏ କେହି ବି କହିବେ ନାହିଁ ଏ ବର୍ଷ ମୋର ଭଲରେ ଯାଇଛି ବୋଲି । ହେଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ଓଲିଉଡ୍‌ ପାଇଁ ବର୍ଷଟି ଯେମିତି ଅଭିଶାପ ହୋଇ ଆସିଥିଲା । ବିଦାୟୀ ବର୍ଷ ଏତେ ଆଘାତ ଦେଇଛି ଯାହାର ଗଣତି କରିବା ବି ସମ୍ଭବପର ନୁହେଁ। ଚଳିତ ବର୍ଷ ମହାମାରୀ କରୋନା ଆସି ପୋଛି ଦେଇଛି ଅର୍ଥ ବ୍ୟବସ୍ଥାକୁ। କେବଳ ଦେଶର ଅର୍ଥନୀତି ନୁହେଁ, ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ପଡ଼ିଛି କରୋନାର କଳା ନଜର। କରୋନା ଯୋଗୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ସବୁଠୁ ଅଧିକ କ୍ଷତି ସହିଛି। ସିନେମା ହଲ୍ ବନ୍ଦ ଥିବାରୁ ଏବର୍ଷ ଅନେକ ଫିଲ୍ମ ରିଲିଜ୍ ହୋଇ ପାରିନାହିଁ। କିଏ ତିଆରି ହୋଇ ଡବାରେ ବନ୍ଦ ଅଛି ତ କିଏ ଅଧା ସୁଟିଂରୁ ଅଟକି ଗଲା । ସେହିପରି କରୋନା ଯୋଗୁ ଅନେକ ଯୋଡ଼ି ବିନା ଆଡ଼ମ୍ବରରେ ଚୁପ୍‌ଚାପ ବିବାହ କରି ଘର ସଂସାର କରିଛନ୍ତି। ଅନ୍ୟପଟେ ଅନେକ ବରିଷ୍ଠ କଳାକାର, ମୁରବୀ ଶ୍ରେଣୀର ବ୍ୟକ୍ତିଙ୍କୁ ହରାଇଛି ଓଲିଉଡ୍। ତେବେ ଆସନ୍ତୁ ନଜର ପକାଇବା ୨୦୨୦ରେ ଓଲିଉଡ୍‌ରେ ଘଟିଥିବା କେତେକ ଘଟଣା ଦୁର୍ଘଟଣା ଉପରେ…

ପରପାରିରେ ଓଲିଉଡ୍‌ର ଦିଗ୍‌ଗଜ:

ଏପ୍ରିଲ – ସଂଳାପକାର ବିଜୟ ମିଶ୍ର
ଜୁଲାଇ – ବିଜୟ ମହାନ୍ତି

bijayଜୁଲାଇ – ଦୀପା ସାହୁ
ସେପ୍ଟେମ୍ବର – ଅଜିତ୍‌ ଦାସ
ନଭେମ୍ବର – ଫିଲ୍ମ ନିର୍ମାତା ରାଜୁ ମିଶ୍ର

ବିବାହ ବନ୍ଧନରେ ବାନ୍ଧି ହେଲେ:

ଗାର୍ଗୀ ମହାନ୍ତି- ରବୀନ୍ଦ୍ର

gargiଝିଲିକ୍‌ ଭଟ୍ଟାଚାର୍ଯ୍ୟ- ପ୍ରୀତିରଞ୍ଜନ ଘଡ଼େଇ
ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ- ପଲ୍ଲବୀ ମହାରଥୀ

amlan1

ଅମ୍ଳାନ୍‌ ଦାସ- ଭୂମିକା
କଣ୍ଡଶିଳ୍ପୀ ଦୀପ୍ତିରେଖା ପାଢ଼ୀ-ସୌମ୍ୟରଞ୍ଜନ ଶତପଥୀ

ବଡ଼ ଖବର:

ସାହାଯ୍ୟକାରୀ ସବ୍ୟସାଚୀ:

sabyasachi

ଚଳିତବର୍ଷ କରୋନା ମହାମାରୀ ଯୋଗୁ ଫିଲ୍ମ ରିଲିଜ୍‌ ବନ୍ଦ ଥିଲେ ମଧ୍ୟ ରିଲ୍‌ ହିରୋ ସବ୍ୟସାଚୀ ରିୟଲ ହିରୋ ବନିଯାଇଥିଲେ। କରୋନା ସମୟରେ ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବାରେ ସବ୍ୟସାଚୀ ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ସାହାଯ୍ୟ ପାଇଁ ହଜାର ହଜାର ପ୍ରବାସୀ ଘରକୁ ଫେରିଥିଲେ।

ଅନୁଭବ- ବର୍ଷା କଳି:

barsha

ଚଳିତ ବର୍ଷ ଓଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ବିବାଦ ଥିଲା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ। ଏହି ଷ୍ଟାର ଦମ୍ପତିଙ୍କ ଘରୋଇ କଳି ଚଳିତବର୍ଷ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ପରଦାରେ ଦୁହେଁ ସବୁଠାରୁ ହିଟ୍‌ ଯୋଡ଼ି ଥିବା ବେଳେ ବ୍ୟକ୍ତିଗତ ଜୀବନରେ କିନ୍ତୁ ପୂରା ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ପରଦାର ଷ୍ଟାର ଅନୁଭବଙ୍କ ନାଁରେ ଚଳିତ ବର୍ଷ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ମଦ ପିଇବା ପରେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି, ପରିବାରକୁ ସମୟ ଦିଅନ୍ତି ନାହିଁ, ତାଙ୍କୁ ସ୍ତ୍ରୀର ସମ୍ମାନ ଦିଅନ୍ତି ନାହିଁ ଆଦି ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା।
ସେହିପରି ଅନୁଭବ ମଧ୍ୟ ବର୍ଷାଙ୍କ ନାଁରେ ବିଭିନ୍ନ ଆପତ୍ତିଜନକ ଅଭିଯୋଗ କରି ତାଙ୍କ ଠାରୁ ଛାଡ଼ପତ୍ର ମାଗିଥିଲେ। ଏହି ଷ୍ଟାର ଦମ୍ପତିଙ୍କ ଝଗଡ଼ା ଏବେ ଯାଏଁ ବି ତୁଟି ନାହିଁ। ଏବେ ବି ଏହି ମାମଲା ବିଚାରଧୀନ ରହିଛି। ପ୍ରତିଦିନ ଉଭୟଙ୍କୁ ନେଇ କିଛି ନା କିଛି ବିବାଦୀୟ ଖବର ଆସୁଛି ।

ନଦୀକୁ ଡେଇଁଲେ ଅମ୍ଳାନ୍‌ଙ୍କ ପତ୍ନୀ:

Bhumika

ଚଳିତ ବର୍ଷର ସବୁଠୁ ରୋଚକ ଖବର ଥିଲା ଅମ୍ଳାନଙ୍କ ପତ୍ନୀ ଭୂମିକା ନଦୀକୁ ଡେଇଁ ପଡ଼ିବା। ତେବେ କେହି କେହି ଏହାକୁ ଆତ୍ମହତ୍ୟା ଉଦ୍ୟମ କହୁଥିବା ବେଳେ ଅମ୍ଳାନ୍ କିନ୍ତୁ ଗୋଡ଼ ଖସିଗଲା ବୋଲି କହିଥିଲେ। ନଭେମ୍ବର ୧୬ ତାରିଖରେ ଘଟିଥିବା ଏହି ଘଟଣା ପଛର ସତ କ’ଣ ତାହା ଏବେ ବି ଅଛପା ଅଛି। ଅବଶ୍ୟ ଘଟଣା ପର ଦିନ ଅମ୍ଳାନଙ୍କ ପତ୍ନୀ ଏକ ଭିଡିଓ ସେୟାର କରି ମୁଣ୍ଡ ବୁଲାଇବାରୁ ଗୋଡ଼ ଖସିଗଲା ବୋଲି କହି ସବୁ ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ଏସବୁ ଘଟଣା ଭିତରେ ଆଉ କିଛି ଓଲିଉଡ୍‌ ଦମ୍ପତିଙ୍କ ଭିତରେ ମାରପିଟ, ଛାଡ଼ପତ୍ର ଆଦି ବି ଘଟିଛି । ହେଲେ ଏସବୁ କେବଳ ଚର୍ଚ୍ଚାରେ ରହିଛି, ପ୍ରମାଣ ମିଳିନି।

ଉପସ୍ଥାପନା- ତୃଷ୍ଣା ପ୍ରିୟଦର୍ଶିନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.