KBCରେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ନଜର ଆସିବେ ତାଙ୍କ ଭଉଣୀ, ୧୪ ଜାନୁୟାରୀରେ ବସିବେ ହଟ୍‌ ସିଟ୍‌ରେ

ଗ୍ଵାଲିୟରର କିରଣ ବାଜପେୟୀ KBCରେ ନଜର ଆସିବେ। ୧୪ ବର୍ଷର ଲମ୍ବା ପ୍ରସ୍ତୁତି ପରେ ଏବେ ତାଙ୍କର ପାଳି ପଡ଼ିଛି ଏବଂ ସେ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସିବେ। କିରଣ ଓ ଅମିତାଭଙ୍କ ମଧ୍ୟରେ ଭାଈ, ଭଉଣୀର ସମ୍ପର୍କ। କିରଣ ୧୪ ଜାନୁୟାରୀରେ ୧ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେବେ। ଗ୍ଵାଲିୟରରେ ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ପାଇଁ କାମ କରୁଥିବା କିରଣ ଜିବାଜୀ ବିଶ୍ୱ ବିଦ୍ୟାଳୟରେ ଅତିଥି ବିଦ୍ୱାନ ରୂପରେ ପଦସ୍ଥ।

kiran

ସେ ବିଗ୍‌ ବିଙ୍କ ପ୍ରଶ୍ନର ଜୋରଦାର ଉତ୍ତର ଦେଇଥିଲେ। ଏବେ ସେ ୧ କୋଟି ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚି ଯାଇଛନ୍ତି। କିରଣଙ୍କର ଏକ ଖାସ୍‌ ପରିଚୟ ହେଉଛି, ସେ ବିଗତ ୪୦ ବର୍ଷ ହେବ ଅମିତାଭ ବଚ୍ଚନଙ୍କୁ ରାଖୀ ପଠାଇ ଆସୁଛନ୍ତି। ଅମିତାଭ ବି ତାଙ୍କୁ ପ୍ରତ୍ୟେକ ବର୍ଷ ରାଖୀର ଉତ୍ତର ଦେଇଥାଆନ୍ତି। ଏପରିକି, ଶୋ’ରେ ମଧ୍ୟ ଅମିତାଭ କିରଣଙ୍କୁ ଭଉଣୀ କହି ସମ୍ବୋଧିତ କରିଛନ୍ତି। କିରଣଙ୍କ ଏପିସୋଡ ୧୪ ଜାନୁୟାରୀରେ ପ୍ରସାରିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.