Below header

ଚିନ୍ତାଜନକ: ନୂଆ କରୋନା ଭାଇରସ୍‌କୁ ଚିହ୍ନିପାରୁନି କୋଭିଡ୍‌ ଭ୍ୟାକ୍‌ସିନ୍‌, ପୂର୍ବ ତୁଳନାରେ ଅଧିକ ବଢ଼ିବ ସଂକ୍ରମଣ

ନୂଆ କରୋନା ଭାଇରସ୍‌ ଉପରେ କାମ ଦେବନି ଟିକା। ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା କୋଭିଡ୍‌ ଭ୍ୟାକ୍‌ସିନ୍‌ କରୋନାର ନୂଆ ରୂପ ଉପରେ କିଛି କାଟୁ କରିବ ନାହିଁ। ବ୍ରିଟେନ୍‌ରୁ ସାରା ଦୁନିଆକୁ ବ୍ୟାପିଥିବା ନୂଆ କରୋନା ଷ୍ଟ୍ରେନ୍‌ ବିୟୁଆଇ-୨୦୨୦୧୨/୦୧ ଉପରେ ଟୀକା କାମ ଦେବ ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଭାଇରସ୍‌ ଉପରେ ଟିକା କାମ ଦେଉନାହିଁ।

ବୈଜ୍ଞାନିକଙ୍କ କହିବାନୁସାରେ, ଭାଇରସ୍‌ ନିଜ ପ୍ରୋଟିନ୍‌ ସରଞ୍ଚନାରେ ପରିବର୍ତ୍ତନ କରିବା ପରେ ଟିକା ତାହାକୁ ଚିହ୍ନିପାରୁନାହିଁ। ଏଣୁ ତାହା କାମ ଦେଉନାହିଁ। ନୂଆ ଷ୍ଟ୍ରେନ୍‌ ଯୋଗୁ ସଂକ୍ରମଣ ଆହୁରି ବଢ଼ିବ। କାରଣ ପୂର୍ବ ତୁଳନାରେ ଏହି ଭାଇରସ୍‌ ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି।

ଅକ୍ସଫୋର୍ଡ ୟୁନିଭର୍ସିଟିର ବରିଷ୍ଠ ବୈଜ୍ଞାନିକ ଓ୍ଵାନ୍‌ ମେଡିସିନ୍‌ ବିଭାଗର ପ୍ରଫେସର ସାର ଜନ୍‌ ବେଲ୍‌ କହିଛନ୍ତି, କରୋନା ଭ୍ୟାକ୍‌ସିନ୍‌ ଶରୀରର ରୋଗ ପ୍ରତିଷେଧକ ତନ୍ତ୍ରକୁ ପେଥୋଜନ୍‌ ସହ ଲଢ଼ିବା ପାଇଁ ପ୍ରଶିକ୍ଷିତ କରିଥାଏ। ଭ୍ୟାକ୍‌ସିନ୍‌ ଆଣ୍ଟିବଡି ପ୍ରୋଟିନ୍‌ ତିଆରି କରିଥାଏ ଓ ତାହାକୁ ସଂରକ୍ଷିତ କରେ। ଫଳରେ ଏହାକୁ ଭବିଷ୍ୟତରେ ଭାଇରସ୍‌ ସଂସ୍ପର୍ଶରେ ଆସିବା ପରେ ଲଢ଼ିପାରିବ। ମାତ୍ର ବର୍ତ୍ତମାନର ନୂଆ ଭାଇରସ୍‌କୁ ଆଣ୍ଟିବଡି ଚିହ୍ନିବାରେ ଫେଲ୍‌ ମାରିଛି। ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା କରୋନାକୁ ମାତ୍‌ ଦେବାରେ ବିଫଳ ହୋଇଛି ଭ୍ୟାକ୍‌ସିନ୍‌, ଯାହା ଏବେ ବୈଜ୍ଞାନିକଙ୍କ ପାଇଁ ଚିନ୍ତାର କାରଣ ସାଜିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.