ଅନଲାଇନ ଠକାମିର ଶିକାର ହେଲେ ‘ଭାବିଜୀ ଘର ପର ହୈ’ର ‘ଅଙ୍ଗୁରୀ ଭାବି’, ଆକାଉଣ୍ଟରୁ ଗାୟବ୍ ହେଲା ଟଙ୍କା

ଦେଶରେ ଅନଲାଇନ୍ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଫ୍ରଡ ଗୁଡିକ ଲୋକଙ୍କୁ ନୂଆ ଉପାୟରେ ଠକାମୀର ଶିକାର କରାଉଛି। ଯାହାର ଶିକାର ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲେବ୍ରିଟି ମଧ୍ୟ ହେଉଛନ୍ତି । ଏବେ ଏହି ଠକଙ୍କ ଜାଲରେ ପଡିଛନ୍ତି ଟେଲି ଅଭିନେତ୍ରୀ ‘ଭାବିଜୀ ଘର ପର ହୈ’ ଫେମ୍‌ ଶୁଭାଙ୍ଗୀ ଅତ୍ରେ ଓରଫ ଅଙ୍ଗୁରୀ ଭାବି । ଆକାଉଣ୍ଟରୁ ଗାୟବ୍ ହେଲା ଟଙ୍କା । ଫ୍ୟାଶନ୍ ଆପରୁ ଅନଲାଇନ୍ ଜିନିଷ କିଣି ଫସିଲେ ଟେଲିଅଭିନେତ୍ରୀ । ଏହି ବିଷରେ ସେ ନିଜେ ହିଁ ସୂଚନା ଦେଇଛନ୍ତି ।

ଶୁଭାଙ୍ଗୀ କହିଛନ୍ତି, “ସେପ୍ଟେମ୍ବର ୮ ରେ ମୁଁ ଏକ ପପୁଲାର ଫ୍ୟାଶନ ଆପରୁ ନିଜ ପାଇଁ କିଛି ଜିନିଷ ଅର୍ଡର କରୁଥିଲି। ଅର୍ଡର କରିବା ପରେ ମୁଁ ତାଙ୍କ କଲ ପାଇଲି। ସେ ମୋର ଠିକଣା ବିଷୟରେ କହିଥିଲେ ଏବଂ ମୁଁ ସେଠାରୁ ୩ ବର୍ଷ ଧରି କିପରି ସପିଂ କରୁଛି ବୋଲି କହିଥିଲେ । ସେ ପୂର୍ବର ସମସ୍ତ ଅଡ଼ର୍ର ସବିଶେଷ ତଥ୍ୟ ମଧ୍ୟ ଦେଇଥିଲେ ତେଣୁ ଏହା ଏକ ପ୍ରକୃତ କଲ ବୋଲି ମନେ ହେଉଥିଲା। ସେମାନେ ମୋତେ କହିଥିଲେ ଯେ ଯେହେତୁ ମୁଁ ସେମାନଙ୍କର ପ୍ରିମିୟମ୍ ସଦସ୍ୟ, ସେମାନେ ମାଗଣାରେ ଉପହାର ସ୍ୱରୂପ ମୋତେ ଏକ ପ୍ରଡକ୍ଟ ଦେବାକୁ ଚାହୁଁଛନ୍ତି। ମୁଁ ମଧ୍ୟ କିଛି ଅପସନ କୁ କ୍ଲିକ କରିଥିଲି।ତା’ପରେ ସେ ମୋତେ କେବଳ ଜିଏସ୍ଟି ରାଶି ଦେବାକୁ କହିଥିଲେ। ତେଣୁ ଯେତେବେଳେ ମୁଁ ଜିଏସ୍ଟି ରାଶି ଦେଇଥିଲି, ସେତେବେଳେ ଅନେକ ଟ୍ରାଞ୍ଜାକ୍ସନ ହୋଇଥିଲା ଏବଂ ମୋ ଆକାଉଣ୍ଟରୁ କିଛି ଟଙ୍କା ଗାଏବ ହୋଇଯାଇଥିଲା । ”

ଶୁଭାଙ୍ଗୀ ଜାଣିପାରିଲେ ଯେ ତାଙ୍କ ସହ ଅନଲାଇନ୍ ଠକେଇ ହୋଇଛି ଏବଂ ତୁରନ୍ତ ତାଙ୍କ କାର୍ଡକୁ ବ୍ଲକ କରିଦେଇଛନ୍ତି । ସେ କହିଛନ୍ତି, “ଅନଲାଇନ୍ ଠକେଇ ନୂଆ ଉପାୟରେ ଲୋକ ମାନଙ୍କୁ ଠକୁଛନ୍ତି। ମୁଁ ସମସ୍ତଙ୍କୁ ଠକାମୀର ଶିକାର ନ ହେବ ପାଇଁ ବହୁତ ସତର୍କ ରହିବାକୁ କହିବାକୁ ଚାହେଁ।

ଅନଲାଇନ୍ ଠକେଇକୁ ଏଡାଇବା ପାଇଁ ଏହି ଟିପ୍ସଗୁଡିକ ଅନୁସରଣ କରନ୍ତୁ

>> ଲୋକଙ୍କୁ ଠକେଇରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କଗୁଡିକ ସମୟ ସମୟରେ ଚେତାବନୀ ଦିଅନ୍ତି। ବ୍ୟାଙ୍କଗୁଡିକ ଦ୍ୱାରା ପରାମର୍ଶ ଦିଆଯାଇଥିବା ପଦକ୍ଷେପଗୁଡିକ ଗମ୍ଭୀରତାର ସହିତ ଗ୍ରହଣ କରାଯିବା ଉଚିତ୍ ଯାହାଦ୍ୱାରା ଆପଣ ନିଜକୁ ଠକାମିରୁ ରକ୍ଷା କରିପାରିବେ।

>> ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ କୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସର୍ବଦା ଏହାର ଯାଞ୍ଚ ହୋଇଥିବା ବ୍ୟାଜ୍ ଯାଞ୍ଚ କରନ୍ତୁ। ଏହା ପରେ ଆପ୍ ଡାଉନଲୋଡ୍ କରନ୍ତୁ।
>> ଅନଲାଇନ୍ କିମ୍ବା ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିବାବେଳେ ଆମକୁ ବହୁତ ସତର୍କ ହେବା ଆବଶ୍ୟକ।

>> ଇଣ୍ଟରନେଟ୍ ସଞ୍ଚୟ କରିବା ପାଇଁ ଲୋକମାନେ ସର୍ବସାଧାରଣ ୱାଇଫାଇ ମାଧ୍ୟମରେ ଅନଲାଇନ୍ କାରବାର ମଧ୍ୟ କରନ୍ତି। ଏହି ମାଗଣା ୱାଇଫାଇରେ କିଛି ଠକେଇ ମଧ୍ୟ ହୋଇପାରେ।ଏହି ପରିସ୍ଥିତିରେ, ଯଦି ଆପଣ ଏକ ଅନଲାଇନ୍ କାରବାର କରନ୍ତି, ତେବେ ଆପଣଙ୍କର ବ୍ୟାଙ୍କ ବିବରଣୀ ଠକଙ୍କ ନିକଟକୁ ଯାଇଥାଏ | ଏପରି ପରିସ୍ଥିତିରେ, ସର୍ବସାଧାରଣ ୱାଇଫାଇ ସହିତ କୌଣସି ଟ୍ରାଞ୍ଜାକ୍ସନ କାରବାର କରନ୍ତୁ ନାହିଁ।

>> ଡିଜିଟାଲ୍ ପେମେଣ୍ଟ ପାଇଁ ଆପଣଙ୍କର OTP ନମ୍ବର କାହା ସହିତ ସେୟାର କରନ୍ତୁ ନାହିଁ।

>> ଭୁଲରେ ମଧ୍ୟ ଫୋନରେ କାହାକୁ ଆକାଉଣ୍ଟ ବିଷୟରେ ସୂଚନା ଦିଅନ୍ତୁ ନାହିଁ।

>> ଆଜିକାଲି, ମାଗଣା ଉପହାର ଦେବାର ଛଳନା କରି ଠକିବାକୁ ମଧ୍ୟ ଚେଷ୍ଟା କରାଯାଏ। ଯଦି ଏପରି କୌଣସି ଲିଙ୍କ୍ ବ୍ୟାଙ୍କ ନାମରେ ଆସେ, ତେବେ ଏହାକୁ କ୍ଲିକ୍ କରନ୍ତୁ ନାହିଁ।

>> ଅନେକ ଲୋକ ଭୁଲରେ ଗୁଗୁଲରେ ସର୍ଚ୍ଚ କରି ନକଲି ସାଇଟକୁ ଯାଆନ୍ତି।ବ୍ୟାଙ୍କ ସମ୍ବନ୍ଧୀୟ ଅପଡେଟ୍ ପାଇଁ କେବଳ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସାଇବର ଅପରାଧ କିମ୍ବା ଅନଲାଇନ୍ ଠକେଇ ଘଟଣାକୁ ରୋକିବା ଏବଂ ଅଭିଯୋଗ ପଞ୍ଜିକରଣ ପାଇଁ ଏକ ଜାତୀୟ ହେଲ୍ପଲାଇନ ନମ୍ବର (155260) ଜାରି କରିଛି। ଆପଣ ଏହି ନମ୍ବରରେ ଏକ ଠକେଇ ଅଭିଯୋଗ ଦାଖଲ କରିପାରିବେ। ଯଦି ଆପଣ ଏପରି ଠକାମୀରେ ଶିକାର ହୁଅନ୍ତି , ତେବେ ସର୍ବପ୍ରଥମେ ଏହି ନମ୍ବରକୁ କଲ କରନ୍ତୁ।ଏହା ବ୍ୟତୀତ ଆପଣ ଗୃହ ମନ୍ତ୍ରଣାଳୟର ସାଇବର ପୋର୍ଟାଲରେ https://cybercrime.gov.in/ ରେ ମଧ୍ୟ ଅଭିଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.