Below header

ସୁନ୍ଦରଗଡ଼ ସଲଙ୍ଗାବୁଡ଼ରେ ଅଜଣା ବନ୍ୟଜନ୍ତୁ ଉତ୍ପାତ: ୧୨ ଜଣଙ୍କୁ କାମୁଡି କଲା କ୍ଷତାକ୍ତ, ୩ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ୍): ସୁନ୍ଦରଗଡ଼ ବନାଞ୍ଚଳ ଅନ୍ତର୍ଗତ ସଲଙ୍ଗାବୁଡ଼ରେ ଅଜଣା ବନ୍ୟଜନ୍ତୁ ଉତ୍ପାତ । ଗତକାଲି ବିଳମ୍ବିତ ରାତିରେ ଘରେ ପଶି ଶୋଇଥିବା ଲୋକଙ୍କୁ କାମୁଡି କ୍ଷତାକ୍ତ କରିଛି ଏହି ଜନ୍ତୁ । ୧୨ ଜଣଙ୍କୁ କାମୁଡିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତଖାନାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଖବର ପାଇ ବନ ବିଭାଗର ଏକ ଟିମ୍‌ ପହଞ୍ଚିଥିବା ବେଳେ ୨ଜଣ କର୍ମଚାରୀଙ୍କୁ ମଧ୍ୟ ଏହି ଜନ୍ତୁ ଆକ୍ରମଣ କରିଛି । କିଛି ଲୋକ ଏହାକୁ ବିଲୁଆ କହୁଥିବା ବେଳେ ଜନ୍ତୁଟି ବିଷୟରେ ସଠିକ୍‌ ତଥ୍ୟ ମିଳିପାରି ନାହିଁ । ଜନ୍ତୁଟିକୁ ଠାବ କରିବା ପାଇଁ ବନବିଭାଗ ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.