ପାକ୍‌ ଅଭିନେତ୍ରୀ ମାହିରା ଖାନ୍‌ ସେୟାର କରିଲେ ନିଜ ପ୍ରି–ୱେଡିଙ୍ଗ ଫଟୋ

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ ଇନଷ୍ଟାଗ୍ରାମରେ ନିଜ ପ୍ରି–ୱେଡିଙ୍ଗର ଫଟୋ ସେୟାର କରିଛନ୍ତି । ଗତକାଲି ତଥା ଗୁରୁବାର ଦିନ ସେ ନିଜ ବିବାହ ପୂର୍ବ ସମସ୍ତ ରୀତିନୀତିର ଫଟୋ ସେୟାର କରିଛନ୍ତି ।

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍‌ ଇନଷ୍ଟାଗ୍ରାମରେ ନିଜ ପ୍ରି–ୱେଡିଙ୍ଗର ଫଟୋ ସେୟାର କରିଛନ୍ତି । ଗତକାଲି ତଥା ଗୁରୁବାର ଦିନ ସେ ନିଜ ବିବାହ ପୂର୍ବ ସମସ୍ତ ରୀତିନୀତିର ଫଟୋ ସେୟାର କରିଛନ୍ତି । ଏହା ସହିତ ମାହିରା ତାଙ୍କ ପରିବାର ପାଇଁ ଏକ ଇମୋସନାଲ୍‌ କ୍ୟାପସନ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

ମାହିରା ଲେଖିଥିଲେ – ‘ମୋ ମାଙ୍କର ଇଚ୍ଛା ଥିଲା ‘ଦୁଆ’ ସହିତ ବିବାହର ଆରମ୍ଭ ହେଉ । ହ୍ଵିଲ ଚେୟାରରେ ଥିବା ମୋର ସୁନ୍ଦର ମା’ଙ୍କୁ ଦେଖିଲେ ଜଣେ ଭାବିବେ ଯେ ସେ କିଛି ବି କରିପାରିବେ ନାହିଁ । କିନ୍ତୁ ବାସ୍ତବରେ ସେ ବହୁତ କିଛି କରିପାରନ୍ତି ନହେଲେ ସବୁକିଛି କରିପାରିବେ । ହ୍ଵିଲ ଚେୟାରରେ ବସି ରୁମକୁ ସଜାଇବାଠାରୁ ଆରମ୍ଭ କରି ଆସବାବପତ୍ରକୁ ମଧ୍ୟ ସେଟ କରୁଥିଲେ ।

ଏଠାରେ କହି ରଖିବାକୁ ଚାହିଁବୁ ଯେ ମାହିରା ‘ଦୁଆ’ ପାଇଁ ଉମର ସଇଦଙ୍କ ପେଷ୍ଟେଲ ରଙ୍ଗର ଡିଜାଇନର୍ ପାକିସ୍ତାନୀ ସଲୱାର ସୁଟ୍ ପିନ୍ଧିଥିଲେ । ଏହି ସୁଟରେ ଜରି ଏବଂ ମୋତିର ଚିକନକରୀ ଏମ୍ବ୍ରୋଡୋରୀର କାମ ହୋଇଥିଲା । ମାହିରା ଏକ ମ୍ୟାଚିଂ ଦୁପଟ୍ଟା ମଧ୍ୟ ପିନ୍ଧିଥିଲେ । ମାହିରା ‘ଦୁଆ’ ପାଇଁ ନୋ-ମେକଅପ୍ ଲୁକ୍ ବାଛିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ମାୟୁନ୍ ତଥା ହଲଦି ପାଇଁ, ମାହିରା ଜାରା ଶାହଜହାଙ୍କ ଦ୍ୱାରା ନିର୍ମିତ ଏକ ମଷ୍ଟର୍ଡ ରଙ୍ଗର ଏଥନିକ୍‌ ଡ୍ରେସ୍‌ ପିନ୍ଧିଥିଲେ, ଯାହା ସହିତ ସେ ଡାର୍କ ଗ୍ରୀନ ରଙ୍ଗର ଚୁଡ଼ି ପିନ୍ଧିଥିଲେ । ସୁଟ୍ ସହିତ ମାହିରା ଗୋଲ୍ଡେନ ଏବଂ ଗ୍ରୀନ ରଙ୍ଗର ଏକ ଦୁପଟ୍ଟା ମୁଣ୍ଡରେ ଦେଇଥିଲେ। ମାହିରା ଶେଷରେ ଲେଖିଥିଲେ – ସେ ତାଙ୍କ ଜେଜେମା ଏବଂ ଆଇଙ୍କ ପାଇଁ ଏକ ମୋତିର କାନଫୁଲ ପିନ୍ଧିଥିଲେ ।

ସୂଚନାଯୋଗ୍ୟ ଯେ, ମାହିର ନିଜ ବିବାହରେ ଫରାଜ ମନନଙ୍କ ଡିଜାଇନର ବ୍ରାଇଡାଲ ଲେହେଙ୍ଗା ପିନ୍ଧିଥିଲେ । ଏହା ସହ ୨ଟି ଦୁପଟ୍ଟା ଷ୍ଟାଇଲ୍ କରି ପିନ୍ଧିଥିଲେ । ମାହିରାଙ୍କ ଏହି ଫଟୋ ସବୁ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.