ଅନ୍ଲାଇନ ବେଟିଂ ଆପ୍ ମାମଲା: ଶ୍ରଦ୍ଧା, ହୁମା, କପିଲ୍ ଓ ହିନାଙ୍କୁ ସମନ କଲା ED
ମହଙ୍ଗା ପଡ଼ିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର। ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଜଣଙ୍କ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କୁ ସମନ୍ କରୁଛି ED। ପୂର୍ବରୁ ରଣବୀର କପୁରଙ୍କୁ ସମନ ହୋଇଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ହୁମା କୁରେସି, ହିନା ଖାନ ଓ କମେଡିଆନ କପିଲ ଶର୍ମାଙ୍କୁ ସମନ୍ ହୋଇଛି।
ମହଙ୍ଗା ପଡ଼ିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର। ମହାଦେବ ବେଟିଂ ଆପ୍ ଦୁର୍ନୀତି ମାମଲାରେ ଜଣଙ୍କ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କୁ ସମନ୍ କରୁଛି ED। ପୂର୍ବରୁ ରଣବୀର କପୁରଙ୍କୁ ସମନ ହୋଇଥିବା ବେଳେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ହୁମା କୁରେଶି, ହିନା ଖାନ ଓ କମେଡିଆନ କପିଲ ଶର୍ମାଙ୍କୁ ସମନ୍ ହୋଇଛି।
ଆଜି ଇଡିରେ ହାଜର ହୋଇ ପାରନ୍ତି ଶ୍ରଦ୍ଧା କପୁର। ଅଭିନେତା ରଣବୀରଙ୍କୁ ଆଜି ଇଡିରେ ହାଜର ପାଇଁ ସମୟ ଦିଆଯାଇଥିବା ବେଳେ ସେ ଦୁଇ ସପ୍ତାହ ସମୟ ମାଗିଥିବା ଜଣାପଡ଼ିଛି। ବେଟିଂ ଆପ୍ ମାମଲାରେ ସେଲିବ୍ରିଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳି ଯାଇଛି। ଏମାନଙ୍କ ଭୂମିକା କ’ଣ, ଠକେଇରେ ଏମାନଙ୍କର କ’ଣ ସମ୍ପୃକ୍ତି ରହିଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
କପିଲ ଶର୍ମା, ହୁମା କୁରେଶି ଓ ହିନା ଖାନଙ୍କୁ ଭିନ୍ନ ଭିନ୍ନ ତାରିଖରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ କରିଥିବା ଜଣାପଡିଛି। ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ୧୫ରୁ ଅଧିକ ବଲିଉଡ ସେଲିବ୍ରିଟି ED ରାଡାରରେ ଥିବା ସୂଚନା ମିଳିଛି।
ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ଗ୍ରାଣ୍ଡ ମ୍ୟାରେଜ୍ ପାର୍ଟିରେ ବହୁ ସେଲିବ୍ରିଟି ଭାଗ ନେଇ ନାଚିବା ସହ ଗୀତ ଗାଇଥିଲେ। ଏଥିପାଇଁ ସେମାନେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଏବଂ ଭୋପାଳର ବିଭିନ୍ନ ସ୍ଥାନରେ ଚଢାଉ କରି ଇଡି ୪୧୭ କୋଟି ଫ୍ରିଜ୍ କରିଛି।
ସୂଚନା ଥାଉ କି, ମହାଦେବ ଅନଲାଇନ ବୁକ୍ ବେଟିଂ ଆପ୍ ଗତ ୪ ବର୍ଷ ଧରି ଚାଲିଛି। ଏହି ବେଟିଂ ଆପ୍କୁ ୭୦:୩୦ ଲାଭ ଅନୁପାତରେ ଫ୍ରାଞ୍ଚାଇଜି ଦେଇ ଚଲାଯାଇଥାଏ। ଏହାର ମୁଖ୍ୟାଳୟ ୟୁଏଇରେ ରହିଛି। ଏହି ଆପ୍ଲିକେସନର କଲ୍ ସେଣ୍ଟର ଶ୍ରୀଲଙ୍କା ଏବଂ ନେପାଳରେ ମଧ୍ୟ ଅଛି। କୁହାଯାଉଛି ଯେ ଏହାର ନେଟ୍ଓ୍ଵାର୍କ ଭାରତ ବ୍ୟତୀତ ନେପାଳ, ବାଂଲାଦେଶ ସମେତ ଅନ୍ୟାନ୍ୟ ଦେଶରେ ବ୍ୟାପିଛି।