ଦୁଇ ଦିନରେ ୧୦୦ କୋଟି ଟଙ୍କା ପାର୍ କଲା ଐଶ୍ବର୍ଯ୍ୟାଙ୍କ ‘ପୋନିୟିନ୍ ସେଲ୍ଭନ-୨’
‘ପୋନିୟିନ୍ ସେଲ୍ଭନ୍’ର ପ୍ରଥମ ଭାଗ, ଯାହା ଗତବର୍ଷ ପଡ଼ ପରଦାରେ ଦେଖିବାକୁ ମିଳିଥିବା। ଏହି ଫିଲ୍ମଟି ଚୋଲ୍ ସାମ୍ରାଜ୍ୟ ଉପରେ ଆଧାରିତ ହୋଇଥିଲା। ଯାହା ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ସେହିଭଳି ‘ପୋନିୟିନ୍ ସେଲ୍ଭନ୍-୨’ରୁ ମଧ୍ଯ ‘ପୋନିୟିନ୍ ସେଲ୍ଭନ୍-୧’ ଭଳି ଭଲ ରୋଜଗାର କରୁଛି।
ମୁମ୍ବାଇ: ‘ପୋନିୟିନ୍ ସେଲ୍ଭନ୍’ର ପ୍ରଥମ ଭାଗ, ଯାହା ଗତବର୍ଷ ପଡ଼ ପରଦାରେ ଦେଖିବାକୁ ମିଳିଥିବା। ଏହି ଫିଲ୍ମଟି ଚୋଲ୍ ସାମ୍ରାଜ୍ୟ ଉପରେ ଆଧାରିତ ହୋଇଥିଲା। ଯାହା ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ‘ପୋନିୟିନ୍ ସେଲ୍ଭନ୍-୧’ ବିଶ୍ବ ସ୍ତରରେ ପାଖାପାଖି ୫୦୦ କୋଟି ଟଙ୍କାର ଆୟ କରିଥିଲା। ସେହିଭଳି ‘ପୋନିୟିନ୍ ସେଲ୍ଭନ୍-୨’ରୁ ମଧ୍ଯ ‘ପୋନିୟିନ୍ ସେଲ୍ଭନ୍-୧’ ଭଳି ଭଲ ରୋଜଗାର କରିବା ବୋଲି ଆଶା କରାଯାଉଛି। ତେବେ ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ବହୁତ ଭଲ ରିଭ୍ୟୁ ମିଳିଛି। ହେଲେ ରୋଜଗାର ହିସାବରେ ଦେଖିବାକୁ ଗଲେ ଦ୍ବିତୀୟ ଭାଗ ପ୍ରଥମ ଭାଗର ପ୍ରାରମ୍ଭ ବେପାରଠାରୁ ଟିକେ ପଛରେ ରହିଛି।
ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୧.୫୩ କୋଟିର ବିଜିନେସ୍ କରିଥିବା ବେଳେ ଦ୍ବିତୀୟ ଦିନରେ ୨୬ କୋଟି ଟଙ୍କାର ଆୟ କରିଛି। ତେବେ ଫିଲ୍ମଟିର ବିଶ୍ବ ସ୍ତରୀୟ ରୋଜଗାର ୧୦୦ କୋଟିରୁ ଊର୍ଧ୍ବ ଛୁଇଁଛି। ତେବେ ଏହି ଫିଲ୍ମଟି ରିଲିଜ ହେବା ପରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସ୍ବାମୀ ଅଭିଷେକ ବଚ୍ଚନ ‘ପୋନିୟିନ୍ ସେଲ୍ଭନ-୨’ର ପୂରା ଟିମ୍କୁ ଶଭେଚ୍ଛା ଜଣାଛନ୍ତି। ଖାଲି ସେତିକି ନୁହେଁ ସେ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ବିଶେଷ ଅଭିନନ୍ଦନ ଜଣାଇ ନିଜ ଟ୍ବିଟର ପେଜ୍ ରେ ଏକ ଟ୍ବିଟ୍ ସେୟାର କରିଛନ୍ତି।
ତେବେ ଅଭିଷେକଙ୍କ ଏହି ଟ୍ବିଟ୍ ପରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏବେ ଆପଣ ଅରାଧ୍ୟଙ୍କ ଦାୟିତ୍ବ ନିଅନ୍ତୁ ଏବଂ ଐଶ୍ବର୍ଯ୍ୟାଙ୍କୁ ଅଧିକ ଫିଲ୍ମ କରିବାର ସୁଯୋଗ ଦିଅନ୍ତୁ’। ଏହାକୁ ରି-ଟ୍ବିଟ୍ କରି ଅଭିଷେକ ଯାହା ଲେଖିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ସେ ଲେଖିଛନ୍ତି, ‘ତାଙ୍କୁ ସ୍ବାକ୍ଷର କରିବାକୁ ଦେବି? ସାର୍, ସେ କିଛି ବି କରିବାକୁ ମୋର ଅନୁମତି ଆବଶ୍ୟକ କରନ୍ତି ନାହିଁ, ବିଶେଷ କରି ସେ ଭଲପାଉଥିବା କାମ କରିବାକୁ ତ ଆଦୌ ବି ନୁହେଁ।’
ଏପଟେ ସୂଚନା ଥାଉକି, ଏହି ଚଳଚ୍ଚିତ୍ରଟି ଭାରତ ବ୍ୟତୀତ ଏହି ଚଳଚ୍ଚିତ୍ର ୟୁଏଇ, ସିଙ୍ଗାପୁର ଏବଂ ମାଲେସିଆରେ ଉତ୍କୃଷ୍ଟ ପ୍ରତିକ୍ରିୟା ପାଇବାରେ ଲାଗିଛି। ଏହି ଚଳଚ୍ଚିତ୍ର ଅଷ୍ଟ୍ରେଲିଆରେ ପ୍ରଥମ ଦିନରେ ତିନି ଲକ୍ଷ ୨୦ହଜାର ଡଲାର ରୋଜଗାର କରିଥିଲା । ବାଣିଜ୍ୟ ବିଶ୍ଳେଷକ ରମେଶ ବାଲା ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଫିଲ୍ମ ଦ୍ୱିତୀୟ ଦିନରେ ଉତ୍ତର ଆମେରିକାରେ ଏକ ମିଲିୟନ ଡଲାର ରୋଜଗାର କରିଛି ।
ଏହି ଫିଲ୍ମ ଦୁଇ ଦିନରେ ୨.୮୦ ମିଲିୟନ ଡଲାର ସଂଗ୍ରହ କରିଛି। ୨୦୨୩ ମସିହାରେ, ‘ପୋନିୟିନ୍ ସେଲ୍ଭନ-୨’ ହେଉଛି ପଠାନଙ୍କ ପରେ ଉତ୍ତର ଆମେରିକାର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର । ଏଥି ସହିତ ଚଳିତ ବର୍ଷ ଉତ୍ତର ଆମେରିକାରେ ରୋଜଗାର କରିବା ସବୁଠାରୁ ବଡ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର।