ଓ୍ଵାଙ୍ଖଡେ ଷ୍ଟାଡିୟମ ଭିତରକୁ ଯିବାକୁ ସ୍ୱପ୍ନ ଦେଖୁଥିଲେ, ଆଉ ଆଜି ସେହି ଷ୍ଟାଡିୟମରେ ଶତକ ମାରି ଭାବୁକ ହୋଇପଡିଲେ ଯଶସ୍ୱୀ ଜୟସଓ୍ଵାଲ

ଯେଉଁ ଷ୍ଟାଡିୟମ ବାହାରେ ଗୁପ୍‌ଚୁପ୍‌ ବିକୁଥିଲେ, ସେହି ଷ୍ଟାଡିୟମରେ ଖେଳି ଶତକ ମାରିଲେ । ଆଇପିଏଲ୍‌ର ୧୦୦୦ ତମ ମ୍ୟାଚରେ ଶତକ ମାରି ନିଜର ସ୍ୱପ୍ନ ପୂରଣ କରିଛନ୍ତି ଯଶସ୍ୱୀ ଜୟସଓ୍ଵାଲ । ଶତକ ମାରିବା ପରେ ଭାବବିହ୍ଵଳ ହୋଇପଡିଥିଲେ ।

ଯଶସ୍ୱୀ ଜୟସଓ୍ଵାଲ ଆଇପିଏଲର ୧୦୦୦ତମ ମ୍ୟାଚରେ ନିଜର ଜଲୱା ଦେଖାଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ନିଜ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେ ୬୨ ବଲରେ ୧୨୪ ରନର ଇନିଂସ ଖେଳିଛନ୍ତି। ଦିନେ ରାସ୍ତା କଡ଼ରେ ଗୁପଚୁପ ବିକୁଥିବା ୬ ଫୁଟର ଗୋଟିଏ ପିଲା ଆଜି ସାରା ଭାରତ ପାଇଁ ଗର୍ବ ଆଣି ଦେଇଛି ।

ତେବେ କ୍ରିକେଟକୁ ଦୁନିଆକୁ ଆସିବା ପୂର୍ବରୁ ଯଶସ୍ୱୀ ବିକୁଥିଲେ ଗୁପଚୁପ । ମୁମ୍ବାଇରେ ଓ୍ଵାଙ୍ଖଡେ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଚିତ୍କାର ଶୁଣି ତା’ ଭିତରକୁ ଯାଇ ଖେଳ ଦେଖିବାକୁ ଇଚ୍ଛା ରଖିଥିଲେ ଯଶସ୍ୱୀ । ହେଲେ ଅର୍ଥର ଅଭାବ ଯୋଗୁଁ ପଛଘୁଞ୍ଚା ଦେଇଥିଲେ । କ୍ରିକେଟ ଖେଳିବାକୁ ଇଚ୍ଛା ରଖିଥିବା ଯଶସ୍ୱୀଙ୍କୁ ଅର୍ଥର ଅଭାବ ଗୁପଚୁପ ବିକ୍ରି କରିବା ପାଇଁ ବାଧ୍ୟ କରିଥିଲା । ଦିନରେ ଆଜାଦ ମୈଦାନରେ କ୍ରିକେଟ ଅଭ୍ୟାସ କରୁଥିଲେ ଏବଂ ରାତିରେ ଗୁପଚୁପ ବିକ୍ରି କରୁଥିଲେ ଯଶସ୍ୱୀ । ହେଲେ ଏବେ ସେହି ମଇଦାନରେ ଶତକ ମାରି ଭାବୁକ ହୋଇପଡିଥିଲେ ଯଶସ୍ୱୀ ।

ଆଇପିଏଲରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ୨୧ ବର୍ଷୀୟ ଯଶସ୍ୱୀ ଉତ୍ତର ପ୍ରଦେଶର ବାସିନ୍ଦା । କ୍ରିକେଟ ପ୍ରତିଥିବା ଦୁର୍ବଳତା ପାଇଁ ସେ ଘର ଛାଡ଼ି ୧୧ବର୍ଷ ବୟସରେ ମୁମ୍ବାଇରେ ପହଞ୍ଚି ଯାଇଥିଲେ। ଯଶସ୍ୱୀ ଆର୍ଥିକ ଅଭାବ ପାଇଁ ମୁସଲିମ ଟେଣ୍ଟରେ ସେ ୩ ବର୍ଷ କାଳ ସମୟ କାଟିଛନ୍ତି । ଯଶସ୍ୱୀଙ୍କ ଏହି ସମୟରେ ତାଙ୍କୁ ସାହା ହୋଇଥିଲେ କୋଚ ଜ୍ୱାଲା ସିଂ ଦେ। ଯଶସ୍ୱୀଙ୍କୁ ସେ ମାଗଣା କ୍ରିକେଟ ଶିଖାଇବା ସହ ଆଗକୁ ବଢିବାର ରାସ୍ତା ଦେଖାଇଥିଲେ । ଏହାପରେ ଯଶସ୍ୱୀ ଦାଦର ୟୁନିୟନ କ୍ଲବକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ । ତେବେ ସେଠାରୁ ସେ ଇଂଲଣ୍ଡ ଯାଇଥିଲେ କ୍ରିକେଟ ଖେଳିବା ପାଇଁ, ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା ।

ଏହାପରେ ଯଶସ୍ୱୀ କହିଛନ୍ତି, ମୁଁ ୨୦୨୦ରେ ଅଣ୍ଡର ୧୯ ଟିମରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହେବା ସହ ୨୦୨୦ ଅଣ୍ଡର ୧୯ ବିଶ୍ୱକପରେ ମ୍ୟାଚ୍ ଅଫ ଦି ସିରିଜ ପୁରସ୍କାର ଜିତିଥିଲି। ୨୦୧୯ରେ ରାଜସ୍ଥାନ ମୋତେ କିଣିଥିଲା। ଆଉ ସେବେଠାରୁ ମୁଁ ପଛକୁ ଫେରି ଚାହିଁନି ।

ସୂଚନାଯୋଗ୍ୟ, ଯଶସ୍ୱୀ ଅଣ୍ଡର-୧୬, ୧୯, ୨୩ ପାଇଁ ନିଜର ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି । ଏହାବ୍ୟତୀତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ୫୦ ଓଭର ଖେଳି ୨୦୦ ରନ୍ ହାସଲ କରିଥିବା ସବୁଠାରୁ କନିଷ୍ଠ ଖେଳାଳି ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.