ମାସେ ହେଲା ମିଳୁନି ପୁଅ, ବଡ଼ବାପା ଜୁଆ ଖେଳିବାକୁ ବନ୍ଧା ପକାଇଥିବା ଅଭିଯୋଗ ଆଣିଲା ମା’

ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗାଁରେ । ବଡ଼ବାପା ଜୁଆ ଖେଳିବାକୁ ବନ୍ଧା ପକାଇଥିବା ଅଭିଯୋଗ ଆଣିଲା ମା' ।୩ ମାସ ହେଲା ମିଳୁନି ପୁଅ

ଚାନ୍ଦବାଲି (କେନ୍ୟୁଜ): ପାଖାପାଖି ମାସେ ହୋଇଗଲାଣି ତଥାପି ପୋଲିସ୍‌ ପତ୍ତା ଲଗାଇ ପାରିନି ନବମ ଶ୍ରେଣୀ ଛାତ୍ର ମାନସ ଦାସର । ମାନସ ମା’ଙ୍କ ଅଭିଯୋଗ ହେଉଛି ସମ୍ପର୍କୀୟ ବଡ଼ବାପା ତାକୁ ଜୁଆ ଖେଳିବା ପାଇଁ ବନ୍ଧା ପକାଇ ଦେଇଥିଲେ । ତା ପରଠାରୁ ପୁଅ ଆଉ ଘରକୁ ଫେରିନି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଧୀନ ତୋଟାପଡା ପଞ୍ଚାୟତ ଆଙ୍କପଡା ଗାଁରେ ।

ଅଭିଯୋଗ ଅନୁଯାୟୀ ସବିତା ଦାସଙ୍କ ପୁଅ ମାନସ ଗତ ଏପ୍ରିଲ ୬ ତାରିଖରୁ ନିଖୋଜ ଅଛି । ଦୁଇ ଦିନ ପରେ ଏପ୍ରିଲ ୮ ତାରିଖରେ ମା ସବିତା ଏ ନେଇ ବାଂଶଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏବେବି ପୁଅକୁ ଖୋଜି ପାରି ନାହିଁ ପୋଲିସ୍‌ । ମା’ଙ୍କ ଅଭିଯୋଗ ଅନୁସାରେ ବଡ଼ ବାପା ଲମ୍ବୋଦରଜୁଆ ଖେଳିବା ପାଇଁ ମାନସକୁ ଏକ ଫାର୍ମ ହାଉସ୍‌ରେ ଜଣକ ପାଖରେ ବନ୍ଧକ ରଖିଥିଲେ । ୧୪ ବର୍ଷର ମାନସକୁ ମୋବାଇଲ୍‌ ଦେବାର ଲୋଭ ଦେଖାଇ ନେଇ ଯାଇଥିବା ମା ସବିତା କହିଛନ୍ତି ।

ଖବର ପାଇ ସବିତା ଫାର୍ମ ହାଉସ୍‌ରେ ପହଞ୍ଚିବା ପରେ ସେଠାରେ ପୁଅ ନଥିଲା । ଏହା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ବାଂଶଡା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି । ସେପଟେ ବଡ଼ବାପା ଲମ୍ବୋଦର ଘରେ ନାହାନ୍ତି । ସବିତାଙ୍କ ସ୍ୱାମୀ ମଧ୍ୟ ବାହାର ରାଜ୍ୟରେ କାମ କରନ୍ତି । ତେଣୁ ପୁଅ ପାଇଁ କିନ୍ଦୁଛନ୍ତି ମା ସବିତା । ତେଣୁ ତୁରନ୍ତ ଏ ଘଟଣାରେ ପୋଲିସ ଦୃଢ କାର୍ଯ୍ଯାନୁଷ୍ଠାନ ନେବା ସହ ସତ୍ୟାସତ୍ୟ ସ୍ପଷ୍ଟ କରୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.