ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ଗାନ୍ଧିଙ୍କ ପରଲୋକ, ଆଜି ଅପରାହ୍ନ ୨ଟାରେ ହେବ ଅନ୍ତିମ ସଂସ୍କାର

ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ଗାନ୍ଧିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟା ସମୟରେ କରାଯିବ । ମହାରାଷ୍ଟ୍ରର କୋଲ୍ଲାପୁରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ଗାନ୍ଧିଙ୍କ ପରଲୋକ । ମହାରାଷ୍ଟ୍ରର କୋଲ୍ଲାପୁରରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ରୋଗରେ ପୀଡିତ ଥିଲେ । ତାଙ୍କ ପୁଅ ତୁଷାର ଗାନ୍ଧି ଏହି ସୂଚନା ଦେଇଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୨ଟା ସମୟରେ କରାଯିବ ।

ଅରୁଣ ଗାନ୍ଧିଙ୍କ ଜନ୍ମ ୧୪ ଏପ୍ରିଲ ୧୯୩୪ ମସିହାରେ ହୋଇଥିଲା । ମଣିଲାଲ ଗାନ୍ଧି ଏବଂ ସୁଶୀଲା ମଶରୁଓ୍ଵାଲା ଘରେ ଜନ୍ମଗ୍ରହଣ କରିଥିଲେ ଅରୁଣ ଗାନ୍ଧି । ସେ ମହାରାଷ୍ଟ୍ର ଲୋକଙ୍କ ସେବା ପାଇଁ ଲେଖକ ଏବଂ ସମାଜସେବୀ ଭାବେ କାମ କରୁଥିଲେ । ସେ ମହାତ୍ମା ଗାନ୍ଧି ଏବଂ କସ୍ତୁରବାଙ୍କୁ ନେଇ ଅନେକ ପୁସ୍ତକ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.