ଯୌତୁକ ଜୁଇରେ ନବବଧୂ: ସାମାନ୍ୟ କିଛି ଟଙ୍କା ପାଇଁ ବୋହୂକୁ ମାରିଦେଲେ ଶାଶୁ ଘର ଲୋକ
ଯୌତୁକ ଜୁଇରେ ନବବଧୂ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ ।
ତାଳଚେର (କେନ୍ୟୁଜ): ଯୌତୁକ ଜୁଇରେ ନବବଧୂ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ । ଏଭଳି ଅଭିଯୋଗ ଆସିଛି ତାଳଚେର ସାନଜୋରଡ଼ା ଗାଁରୁ । ହତ୍ୟା ଅଭିଯୋଗ ଆଣିଛନ୍ତି ନବ ବଧୁଙ୍କ ବାପ ଘର ଲୋକ ।
ସୂଚନା ଅନୁସାରେ ଦୁଇ ମାସ ତଳେ ଜଗନ୍ନାଥପୁର ଗ୍ରାମର ବିଭୁତି ଭୂଷଣ ବେହେରାଙ୍କ ଝିଅ ଲିଜା ବେହେରା ସାନଜୋରଡା ଗ୍ରାମର ଦୁର୍ଲଭ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ । ତେବେ ଏହି ଦୁଇ ମାସ ଭିତରେ ନବବଧୂକୁ ଯୌତୁକ ବାବଦରେ ଏକ ଏସି ଓ କିଛି ଟଙ୍କା ପାଇଁ ନିର୍ଯ୍ୟାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପରେ ଗତକାଲି ଝିଅର ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ବିକ୍ରମପୁର ଥାନାରେ ପୁଅ ଘର ନାଁରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ପରିବାରର କିଛି ଲୋକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।