Below header

ପ୍ରଭାସଙ୍କ ଠାରୁ ଅଭିନୟ ଶିଖିବା ପାଇଁ ଉତ୍ସୁକ ରହିଛନ୍ତି ବିଗ୍‌ ବି, ପ୍ରୋଜେକ୍ଟ କେ ଏକାଠି ଆସିବେ ନଜର

ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କ ବୟସ ଯେତେ ଯେତେ ବଢୁଛି, ତାଙ୍କର କାମ ପ୍ରତି ଆଗ୍ରହ ସେତିକି ସେତିକି ବଢି ବଢି ଚାଲିଛି। ଭିନ୍ନ ଭିନ୍ନ ଫିଲ୍ମରେ ଅଲଗା ଅଲଗା ଚରିତ୍ରରେ ଆସି ଫ୍ୟାନ୍ସ ହୃଦୟରେ ଘର କରିନେଇଛନ୍ତି। ଏବେ ଅମିତାଭଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଅମିତାଭ ବଚ୍ଚନ ଖୁବଶୀଘ୍ର ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କ ସହିତ ନଜର ଆସିବେ। ପ୍ରଭାସ ଏବଂ ଅମିତାଭ ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ଅମିତାଭ ଫିଲ୍ମକୁ ନେଇ କହିଛନ୍ତି, ଏହା ଏକ ସାଇନ୍ସଭିତ୍ତିକ ଫିଲ୍ମ। ଏହି ଫିଲ୍ମ ପାଇଁ ଅଭିନେତା ପ୍ରଭାସ ପ୍ରଥମ ସଟ୍‌ ଦେଇସାରିଛନ୍ତି। ନିଜର ଟ୍ଵିଟରେ ଅମିତାଭ ପ୍ରଭାସକୁ ପ୍ରତିଭାଶାଳୀ ଏବଂ ବିନମ୍ର କଳାକାର ବୋଲି କହିଛନ୍ତି। ଏହି ଫିଲ୍ମକୁ ନାଗ ଅଶ୍ୱିନ ନିର୍ଦ୍ଦେଶନା ଦେଉଛନ୍ତି।

ଏହି ଫିଲ୍ମ ପାଇଁ ଏପର୍ଯ୍ୟନ୍ତ କୌଣସି ନାମ ଘୋଷଣା ହୋଇନାହିଁ। ଏହାକୁ ପ୍ରୋଜେକ୍ଟ କେ ବୋଲି କୁହାଯାଉଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ ପ୍ରମୁଖ ଭୂମିକାରେ ନଜର ଆସିବେ। ଅମିତାଭ ବଚ୍ଚନ ଟ୍ଵିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି। ପ୍ରଭାସଙ୍କ ଠାରୁ କିଛି ନୂଆ ଶିଖିବାକୁ ନେଇ ମଧ୍ୟ ଉତ୍ସାହିତ ରହିଛନ୍ତି ଅମିତାଭ।

ଅମିତାଭ ଟ୍ଵିଟ୍‌ କରି କହିଛନ୍ତି, ପ୍ରଥମ ଦିନ, ପ୍ରଥମ ସଟ୍‌। ବାହୁବଲୀ ଷ୍ଟାର ପ୍ରଭାସଙ୍କ ସହିତ ପ୍ରଥମ ଫିଲ୍ମ ଏବଂ ତାଙ୍କ ପ୍ରତିଭା, ଅସାଧାରଣ ବିନମ୍ରତା ସହିତ ଏମିତି ସମ୍ମାନ ମିଳିଛି। ପ୍ରଭାସ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅମିତାଭ ବଚ୍ଚନଙ୍କ ଏକ ଫଟୋ ସେୟାର କରି ତାଙ୍କ ସହିତ କାମ କରିବା ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି।

 

View this post on Instagram

 

A post shared by Prabhas (@actorprabhas)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.