ଯେତେବେଳେ ପଣ୍ଡିତ ନେହରୁଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ ପୃଥ୍ଵୀରାଜ୍‌ କପୁର . . . ଜାଣନ୍ତୁ କଣ ହେଲା ତାପରେ

ଆଜି ହେଉଛି ହିନ୍ଦି ସିନେମାର ମାଇଲଷ୍ଟୋନ୍‌ ପୃଥ୍ଵୀରାଜ୍‌ କପୁରଙ୍କ ପୂଣ୍ୟତିଥି । ଆଜିର ଦିନରେ ଅର୍ଥାତ୍‌ ୨୯ ମେ ୧୯୭୧ ରେ ଦୁନିଆକୁ ଅଲବିଦା କହିଥିଲେ ପୃଥ୍ଵୀରାଜ୍‌ । ଭାରତୀୟ ସିନେମାର ଯୁଗପୁରୁଷ କୁହାଯାଉଥିବା ପୃଥ୍ଵୀରାଜ୍‌ଙ୍କ ଜନ୍ମ ୩ ନଭେମ୍ବର ୧୯୦୬ରେ ପଂଜାବର ଲାୟଲପୁରର ଏକ ଜମିଦାରଙ୍କ ଘରେ ହୋଇଥିଲା । ୧୯୬୦ ରେ ଆସିଥିବା ଫିଲ୍ମ ମୁଗଲ ଏ ଆଜମରେ ବାଦଶାହା ଆକବରଙ୍କ ଚରିତ୍ରରେ ଅଭିନୟ କରିଥିବା ପୃଥ୍ଵୀରାଜ୍‌ ଆଜି ବି ଦର୍ଶକଙ୍କ ହୃଦୟ ଅଛନ୍ତି ।

Prithviraj Kapoorଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ଖୁବ୍‌ ନିକଟତର ଥିଲେ ପୃଥ୍ଵୀରାଜ୍‌ । ରାଜ୍ୟସଭାକୁ ମନୋନିତ ହୋଇ ସଂସଦ ପହଂଚିଥିବା ପ୍ରଥମ ବଲିଉଡ ଅଭିନେତା ହେଉଛନ୍ତି ପୃଥ୍ଵୀରାଜ୍‌ । ଉଭୟଙ୍କ ସଂପର୍କରେ ଖୁବ୍‌ ଘନିଷ୍ଠତା ଥିଲେ ମଧ୍ୟ ଥରେ ନେହରୁଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ ପୃଥ୍ଵୀରାଜ୍‌ । ଯେତେବେଳେ ନେହରୁ ଦେଖାକରିବାକୁ ଆସିଥିଲେ ସେତେବେଳେ ସେ ନିଜ ଥିଏଟର୍‌ ଟିମ୍‌ ସହ ଥିବା କହି ଦେଖାକରିବାକୁ ମନା କରିଦେଇଥିଲେ । ତେବେ ପଣ୍ଡିତ ନେହରୁ ଏକଥାର ଇଶାରା ବୁଝିଯାଇଥିଲେ । ଆଉ ପୃଥ୍ଵୀ ଥିଏଟରର ପୁରା ଟିମକୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ । ଏଥିରେ ଖୁସି ଖୁସି ପୃଥ୍ଵୀରାଜ୍‌ ପହଂଚିଥିଲେ ।

ବିଦ୍ୟାପତି, ଜିନ୍ଦେଗି, ଆସମାନ୍‌ ମହଲ, ଆଓ୍ଵାରା, ତିନ୍‌ ବହୁରାନିଆ, ଦହେଜ୍‌, ସିକନ୍ଦର, ହୀର ରାଞ୍ଝା, କଲ୍‌ ଆଜ୍‌ ଔର୍‌ କଲ୍‌ ଏବଂ ଚିଙ୍ଗାରୀ ଭଳି ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପୃଥ୍ଵୀରାଜ୍‌ । ୧୯୬୯ରେ ପୃଥ୍ଵୀରାଜ୍‌ଙ୍କୁ ପଦ୍ମ ଭୂଷଣ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.