Below header

ପ୍ରଧାନମନ୍ତ୍ରୀ ମୋଦି କୁଲଫି, ଏହାର ରହିଛି ଜବରଦସ୍ତ ଡିମାଣ୍ଡ

ଗୁଜୁରାଟର ସୁରତରେ ଏକ ଆଇସକ୍ରିମ ପାର୍ଲର ଅଲଗା ଢ଼ଙ୍ଗରେ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିବା ବିଜୟକୁ ସେଲିବ୍ରେଟ କରୁଛନ୍ତି। ସୁରତର ପ୍ୟାରୋଲ ପଏଣ୍ଟରେ ଥିବା ସରଗମ କମପ୍ଲେକ୍ସରେ ଏକ ଆଇସକ୍ରିମ ପାର୍ଲର ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରା ଫ୍ଲେବରରେ କୁଲଫି ବିକ୍ରି କରୁଛନ୍ତି। ଏହି କୁଲଫି ବର୍ତ୍ତମାନ ଆତ ଏବଂ ଆମ୍ବ ସ୍ବାଦରେ ମିଳୁଛି।

modi kulfiଏହି ସ୍ପେଶାଲ କୁଲଫି ୩୦ ମେ ପର୍ଯ୍ୟନ୍ତ ମିଳିବ। ୩୦ ମେ ରେ ନରେନ୍ଦ୍ର ମୋଦି ପିଏମ ପଦ ପାଇଁ ଶପଥ ନେବେ। ଏହି ଖୁସିରେ ୫୦ ପ୍ରତିଶତର ଡିସକାଉଣ୍ଟ ମଧ୍ୟ ରଖା ଯାଉଛି। ଏହି କୁଲଫିର ଦାମ ୨୮୦ ଟଙ୍କା ଅଟେ କିନ୍ତୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ୧୪୦ ଟଙ୍କାରେ ମିଳିବ।

kulfiସାଧାରଣତଃ ଆଇସକ୍ରୀମ ନରମ ହୋଇଥାଏ କିନ୍ତୁ କୁଲଫି ସାମାନ୍ୟ ଟାଣ ଥାଏ। ଏହାପୂର୍ବରୁ ରାଜକୋଟରେ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ମୁଦି ନିର୍ବାଚନକୁ ନଜରରେ ରଖି ଦୋକାନୀ ଆରମ୍ଭ କରିଥିଲେ। କୁଲଫିର ଯେଉଁଭଳି ଭାବେ ଡିମାଣ୍ଡ ହେଉଛି ସେଥିରୁ ଏହା କୁହାଯାଇପାରିବ ଯେ ପିଏମ ମୋଦିଙ୍କୁ ଜଡିତ ଥିବା ସମସ୍ତ ଜିନିଷର ବହୁତ ଡିମାଣ୍ଡ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.