Below header

ଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଅଳିଆଗଦାରୁ ୩୧ଲକ୍ଷ ଟଙ୍କାର ସୂନା ଜବତ

ନୂଆଦିଲ୍ଲୀ: ଗତକାଲି ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଏକ ଅଜଣା ପ୍ୟାକେଟ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପ୍ରଚାର ହେବା ପରେ ସିଆଇଏସଏଫର ବରିଷ୍ଠ ଅଧିକାରୀ ବମ ନିରୋଧକ ଟିମ ସହ ଘଟଣାସ୍ଥଳରେ ପହଁଚିଥିଲେ । ତାପରେ ଆରମ୍ଭ ହୋଇଥିଲା ଛାନଭିନ ଏବଂ ଖୋଲାଯାଇଥିଲା ପ୍ୟାକେଟ। ଯେଉଁଥିରୁ ୪ଟି ସିଗାରେଟ ପ୍ୟାକେଟ ମିଳିଥିଲା । ସିଗାରେଟ ପ୍ୟାକେଟ ଭିତରୁ ୪ଟି ସୁନା ବିସ୍କୁଟ ଜବତ କରାଯାଇଥିଲା । ଯାହାର ଓଜନ ପାଖାପାଖି ଏକ କିଲୋଗ୍ରାମ ଥିଲା ।

ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ସୁନାର ମୂଲ୍ୟ ପାଖାପାଖି ୩୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଛାନଭିନ ପରେ ଏୟାରପୋର୍ଟ କଷ୍ଟ୍ୟୁମ୍‌ ବିଭାଗକୁ ଏହି ସୁନା ବିସ୍କୁଟକୁ ହସ୍ତାନ୍ତର କରାଯାଇଛି ଏବଂ ସୁନା ଆଣିଥିବା ବ୍ୟକ୍ତିଙ୍କୁ ସିସିଟିଭିରେ ଖୋଜାଚାଲିଛି ।

terminalସିଆଇଏଫ ପକ୍ଷରୁ କୁହାଯାଇଛି କି, ଗତକାଲି ସକାଳ ୬ଟା ସମୟରେ ସୂଚନା ମିଳିଥିଲା ଯେ ଟର୍ମିନାଲ ୩ରେ ଥିବା ୨୭ ନମ୍ବର ବାଥରୁମର ଅଳିଆ ଗଦା ଭିତରେ ଏହି ପ୍ୟାକେଟ ପଡିଥିଲା । ସ୍କାନର ମେସିନ ଦ୍ୱାରା ପ୍ୟାକେଟରେ କିଛି ସନ୍ଦିଗ୍ଧ ଜିନିଷ ନ ଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ଟିମ ପକ୍ଷରୁ ଏହି ପ୍ୟାକେଟକୁ ଖୋଲାଯାଇଥିଲା ଯେଉଁଥିରୁ ୪ଟି ସିଗାରେଟ ପ୍ୟାକେଟ ମିଳିଥିଲା । ଯାହା ଭିତରୁ ୨୫୦ ଗ୍ରାମର ୪ଟି ସୁନା ବିସ୍କୁଟ ରହିଥିଲା । ତେବେ  ବିମାନ ବନ୍ଦର କର୍ତୃପକ୍ଷ ଅନୁମାନ କରୁଛନ୍ତି ଯେ ବିଦେଶରୁ ସୁନା ନେଇ ଆସିବାବେଳେ ଧରାପଡିଯିବା ଭୟରେ କୌଣସି ବ୍ଯକ୍ତି ଏହାକୁ ଅଳିଆ ଗଦାରେ ପକାଇ ଚାଲିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.