ଆଖି ମାରି ସବୁ ପୁଅଙ୍କ ହୃଦୟ ଜିତିନେଇଥିବା ପ୍ରିୟାଙ୍କ ଏହି ଭିଡିଓ ଭାଙ୍ଗିଦେଲା ଅନେକଙ୍କ ମନ

ଗତ ବର୍ଷ ଭାଲେନଟାଇନ୍ ଦିନ ଏକ ନିରୀହ ଚେହେରା ଥିବା ଝିଅଟିଏ ଆଖି ମାରି ଅନେକ ପୁଅଙ୍କ ମନ ତରଳାଇଦେଇଥିଲେ । ଆଉ ରାତାରାତି ପାଲଟିଯାଇଥିଲେ ଇଣ୍ଟରନେଟର ଡାର୍ଲିଂ । ସେ ଆଉ କେହି ନୁହେଁ ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ପ୍ରିୟା ପ୍ରକାଶ ୱାରିୟର୍ । ଏବେ ପୁଣି ଥରେ ଇଣ୍ଟରନେଟରେ ହଙ୍ଗାମା ମଚାଇଛନ୍ତି ପ୍ରିୟା । ହେଲେ ଏଥର ପ୍ରିୟା ଆଖି ମାରୁନାହାଁନ୍ତି ବରଂ କିସ୍ କରୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ :

ପ୍ରକୃତରେ ପ୍ରିୟାଙ୍କ ଫିଲ୍ମ ଓରୁ ଅଦାର ଲଭ୍ ରିଲିଜ୍ ହେବାକୁ ମାତ୍ର ଅଳ୍ପ କିଛି ଦିନ ବାକି ଅଛି । ତେବେ ଫିଲ୍ମର ଟିଜର ସୋସିଆଲ୍ ମିଡିଆରେ ସେୟାର୍ ହୋଇଛି । ଯେଉଁଥିରେ ରୋଶନ୍ ଅବଦୁଲ୍ ରାହୁଫ ଏବଂ ପ୍ରିୟା ପ୍ରକାଶ ପରସ୍ପରକୁ କିସ୍ କରୁଛନ୍ତି । ଆଉ ଗତ ଥର ଭଳି ଏଥର ମଧ୍ୟ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି ।

ଫିଲ୍ମ ଉରୁ ଉଦାର ଲଭ୍ ୧୪ ଫେବ୍ରୁଆରୀରେ ରିଲିଜ୍ ହେବ । ହେଲେ ପ୍ରିୟାଙ୍କ ଲୋକପ୍ରିୟତା ଦେଖି ଲାଗୁଛି ସିଲଭର୍ ସ୍କ୍ରିନରେ ଫିଲ୍ମକୁ ଦେଖିବା ପାଇଁ ଅଧାରୁ ଅଧିକ ଜନତା ୧୪ ଫେବ୍ରୁଆରୀରେ ନିଜ୍ ଡେଟ୍ ନିଶ୍ଚୟ କ୍ୟାନସଲ୍ କରିଦେବେ । ଭିଡିଓଟିକୁ ଦେଖିବା ପରେ କିଛି ୟୁଜର୍ ନିଜ ପ୍ରତିକ୍ରିୟା ମନ ଖୋଲି କହିଛନ୍ତି । ଦେଖନ୍ତୁ କିଛି ଟୁଇଟ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.