Below header

ମେସିଙ୍କ ମାସକ ଦରମା ଶୁଣି ଉଡିବ ହୋସ, ଦୁନିଆର ସବୁଠାରୁ ମହଙ୍ଗା ଫୁଟବଲର ଖେଳାଳି ଭାବେ ପରିଚିତ

ପ୍ୟାରିସ୍‌ : ସ୍ପେନର ଫୁଟବଲର କ୍ଳବ ବା ର୍ସିଲୋନାରୁ ଖେଳୁଥିବା ଆର୍ଜେଣ୍ଟିନା ଖେଳାଳି ଲିୟୋନେଲ ମେସି ଦୁନିଆର ସବୁଠାରୁ ଅଧିକ ଆୟକାରୀ ଫୁଟ୍‌ବଲ୍‌ ଖେଳାଳି ହୋଇଛନ୍ତି । ସେ ଏହି ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋଲାଡୋଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଖାଲି ସେ ନୁହଁ ସେ ଏହି ଦୌଡ଼ରେ ଫ୍ରାନ୍ସର ଏଣ୍ଟିନୋ ଗ୍ରୀଜମ୍ୟାନ ଏବଂ ବ୍ରାଜିଲର ନେମାରଙ୍କୁ ମଧ୍ୟ ପଛରେ ଛାଡ଼ିଛନ୍ତି ମେସି।

cristiano-ronaldo-lionel-messi

ମେସିଙ୍କ ମାସିକ ବେତନ ୮୩ଲକ୍ଷ ୟୁରୋ ଅର୍ଥାତ୍ ପ୍ରାୟ ୬୭ କୋଟି ଟଙ୍କା । ସେହିପରି ୟୁବ୍ରେଷ୍ଟ ପାଇଁ ଖେଳୁଥିବା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବେତନ ୪୭ ଲକ୍ଷ ୟୁରୋ ଅର୍ଥାତ୍ ପାଖାପାଖି ୩୮ କୋଟି ଟଙ୍କା । ଗତବର୍ଷ ରୁଷରେ ହୋଇଥିବା ଫିଫା ବିଶ୍ବକପର ବିଜେତା ଫ୍ରାନ୍ସ ଦଳର ଖେଳାଳି ଏଣ୍ଟିନୋ ଗ୍ରୀଜମ୍ୟାନ୍ ଏହି ତାଲିକାରେ ତିନି ନମ୍ବରରେ ରହିଛନ୍ତି। ତାଙ୍କୁ ମାସିକ ୩୩ ଲକ୍ଷ ୟୁରୋ ବେତନ ମିଳିଥାଏ। ଏହି ତାଲିକାରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ନେମାର ଏବଂ ଲୁଇସ ସୁଅରେଜ୍ ରହିଛନ୍ତି।
ମେସି ଦୀର୍ଘ ଦିନ ହେଲା ବାର୍ସିଲୋନା ପାଇଁ ଖେଳୁଛନ୍ତି । ଏପରିକି ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ସ୍ପେନିସ ଲିଗ୍ ଲା-ଲିଗାରେ ସେ ତାଙ୍କ କ୍ଳବ ପାଇଁ ୪୦୦ରୁ ଅଧିକ ଗୋଲ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.