ବ୍ୟବହାର କରନ୍ତୁ ନାହିଁ ଇଣ୍ଟରନେଟ ଏକ୍ସପ୍ଲୋରର୍‌, ମାଇକ୍ରୋସପ୍ଟ ଦେଲା ଆଦେଶ

ନୂଆଦିଲ୍ଲୀ : ମାଇକ୍ରୋସପ୍ଟ ନିଜର ୱେବ ବ୍ରାଉଜର ଇଣ୍ଟରନେଟ ଏକ୍ସପ୍ଲୋରର୍‌ ବ୍ୟବହାର ନକରିବା ନେଇ ଏବେ ଗ୍ରାହକଙ୍କୁ ଆଦେଶ ଦେଇଛି। କମ୍ପାନି ଗ୍ରାହକଙ୍କୁ ପ୍ରାଇମେରୀ ବ୍ରାଉଜର ଭାବେ ଇଣ୍ଟରନେଟ ଏକ୍ସପ୍ଲୋରର୍‌କୁ ବ୍ୟବହାର ନକରିବା ପାଇଁ ଆଦେଶ ଦେଇଛି।

ମାଇକ୍ରୋସପ୍ଟର ୱିଣ୍ଡୋଜ ଡିଭିଜନର ସାଇବର ସିକ୍ୟୁରିଟି ଅଫିସର ନିଜର ଏକ ବ୍ଳଗରେ ଏହା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି , ଇଣ୍ଟରନେଟ ଏକ୍ସପ୍ଲୋରର୍‌ ନୂଆ ୱେବଷ୍ଟାଣ୍ଡାଡକୁ ଆମେ ଏଯାଏଁ ପ୍ରସ୍ତୁତ କରିନାହୁଁ ।ଏଣୁ ମାତ୍ର କିଛି ନିର୍ଦ୍ଦିଷ୍ଟ ୱେବସାଇଟ ହିଁ ଏଥିରେ ସଠିକ୍ ଭାବେ ଖୋଲି କାମ କରୁଛି। ଏଣୁ ଯେଉଁମାନେ ବହୁ ଆଗରୁ ବିଜନେସ କରୁଛନ୍ତି ସେମାନେ ପ୍ରାଇମେରୀ ଭାବେ ଏହାକୁ ବ୍ୟବହାର ନକରିବା ହିଁ ଠିକ୍।

microsofte

ରିପୋର୍ଟ ମୁତାବକ, ମାଇକ୍ରୋସପ୍ଟ ନିଜର EDGE ବ୍ରାଉଜରଙ୍କୁ ଓ୍ବିଣ୍ଡୋଜ ୧୦ରେ ପ୍ରାୟ ୪ ବର୍ଷରୁ ଅଧିକ ସମୟରୁ ଦେଉଛି , କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ୱିଣ୍ଡୋଜ ୭ ଏବଂ ୮ରେ ଗ୍ରାହକଙ୍କ ପାଇଁ ଏହାକୁ ଜାରି କରାଯାଇନାହିଁ।

Leave A Reply

Your email address will not be published.