ନକଲି ମୁଦି ଭାବି ୯୨୫ଟଙ୍କାରେ କିଣିଥିଲେ ମହିଳା, ୩୩ ବର୍ଷ ପରେ ଏବେ ମିଳିଲା ୬୮ କୋଟି ଟଙ୍କା

ଓ୍ବାଶିଂଙ୍ଗଟନ୍ : ୩୩ବର୍ଷ ପର‌୍ୟ୍ୟନ୍ତ ମହିଳା ଜଣଙ୍କ ଯେଉଁ ମୁଦିକୁ ସାମାନ୍ୟ କାଚ ଭାବୁଥିଲେ ବାସ୍ତବରେ ତାହା ୬.୮ କୋଟିର ଏକ ଅମୂଲ୍ୟ ହୀରା ବାହାରିଲା। ମୁଦିଟି ମଧ୍ୟ ଭଲ କ୍ବାଲିଟି ୨୬.୨୭ କ୍ୟାରେଟର ରହିଥିଲା। ଖାସ କଥା ହେଉଛି ମୁଦିଟିକୁ ବିକ୍ରି କରିବାକୁ ମହିଳା ସେତେବେଳେ ଚିନ୍ତା କରିଥିଲେ, ଯେତେବେଳେ ତାଙ୍କ ମାଙ୍କ କିଛି ଧାର ତାଙ୍କୁ ସୁଝିବାର ରହିଥିଲା।

diamondring1

-ମହିଳାଙ୍କ ନାମ ଡେବ୍ରୋ ରହିଥିବା ବେଳେ ସେ ମୁଦିକୁ କାଚର ଭାବି ୧୫ ବର୍ଷ ହେଲା ତାହାକୁ ପିନ୍ଧୁ ନଥିଲେ। କିନ୍ତୁ ତାଙ୍କ ମାଙ୍କ ପାଇଁ ସେ ତାହାକୁ ବିକ୍ରି କରିବାକୁ ନିଷ୍ପତି ନେଇଥିଲେ।

-ତାଙ୍କୁ ମୁଦି ବିକ୍ରି କରି କିଛି ଟଙ୍କା ମିଳିଲେ ସେ ମାଙ୍କ ଅସୁବିଧା ଦୂର କରିବେ ବୋଲି ଭାବିଥିଲି। କିନ୍ତୁ ବିକ୍ରି ସମୟରେ ତାହା ହୀରାର ମୁଦି ବୋଲି ଜଣାପଡ଼ିଥିଲା। ଏହା ବିଷୟରେ ଜାଣିବାପରେ ଡେବ୍ରୋଙ୍କୁ ପୂରା ରାତି ନିଦ ହୋଇନଥିଲା। ପରେ କିଛି ଲୋକଙ୍କ ବୁଝାବଣାରେ ସେ ମୁଦିକୁ ନିଲାମ କରିବା ପାଇଁ ନିଷ୍ପତି ନେଇଥିଲେ।

diamond-ring2

-ଡେବ୍ରୋ ଜଣେ ସମାଜସେବୀ। ସେ ବର୍ତ୍ତମାନ ପର‌୍ୟ୍ୟନ୍ତ ୨୦ ଜଣ ପିଲାଙ୍କୁ ନିଜ ଘରେ ରଖି ପାଳିପୋଷି ବଡ଼ କରିସାରିଛନ୍ତି। ତାଙ୍କୁ ଏହି ମୁଦିର ନିଲାମରେ ପ୍ରାୟ ୪.୭ ଲକ୍ଷ ଡ଼ଲାର ଅର୍ଥାତ୍ ୬.୮ କୋଟି ଟଙ୍କା ମିଳିଛି।

-ନିଲାମୀରେ ମିଳିଥିବା ଟଙ୍କାରେ ଡିବ୍ରୋ ତାଙ୍କ ମାଙ୍କ ପାଇଁ ୭୨ଲକ୍ଷର ଉପହାର କିଣିଥିଲେ। ଏହା ସହ ନିଜର ଏକ ଜ୍ବଲରୀ ବିଜନେସ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁଥିରେ ଲୁକାୟିତ ଜିନିଷ ମାନଙ୍କର ଖୋଜ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.