ପ୍ରିୟା ପ୍ରକାଶଙ୍କ ଚାହାଣିକୁ ନେଇ ଲାଜେଇ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାଇରାଲ ହେଲା ଭିଡିଓ

ରାତାରାତି ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିବା ପ୍ରିୟା ପ୍ରକାଶଙ୍କୁ ତ ଆପାଣମାନେ ସମସ୍ତେ ମନେ ରଖିଥିବେ। ନିଜ ଅନ୍ଦାଜ୍‌ ରେ ଆଖି ମାରିବାକୁ ନେଇ ସେ ଲକ୍ଷ ଲକ୍ଷ ପୁଅଙ୍କୁ ନିଜର ଦିଓ୍ଵାନା କରିଥିଲେ। କିନ୍ତୁ ସେହି ଭିଡିଓ ପରେ କିଛି ଦିନ ହେବ ପ୍ରିୟା ଏଥିରୁ ଦୂରେଇ ରହିବା ସହ ତାଙ୍କ ବିଷୟରେ ଚର୍ଚ୍ଚା ମଧ୍ୟ ଖୁବ୍‌ କମ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବା ପରେ ପୁଣି ଥରେ ପ୍ରିୟାଙ୍କ ଚର୍ଚ୍ଚା ଦେଖିବାକୁ ମିଳିଛି। ଏଥର ପ୍ରିୟାଙ୍କର ସୁନ୍ଦର ଆଖି ଏବଂ ଅନ୍ଦାଜ୍‌ ଦେଖି ଆମେରିକା ରାଷ୍ଟ୍ରପତି ମଧ୍ୟ ଲାଜେଇ ଯାଇଛନ୍ତି।

ସୂଚନା ମୁତାବକ ଟ୍ରମ୍ପ ଭାରତ ଆସିବା ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପ୍ରିୟା ଏବଂ ଡୋନାଲ୍ଡ ଟ୍ରମ୍ପ ନଜର ଆସିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ପ୍ରିୟା ନିଜର ଖାସ୍‌ ଅନ୍ଦାଜ୍‌ରେ ଆଖି ମାରୁଥିବା ବେଳେ ଏହାକୁ ଦେଖି ଟ୍ରମ୍ପ ଲାଜେଇ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ଏହା ଏଡିଟ୍‌ ଭିଡିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.