ଓ୍ଵାହିଦା ରହମାନ୍‌ଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଛନ୍ତି ଜାହ୍ନବୀ କପୁର, ନୃତ୍ୟ ଦେଖି ଆପଣଙ୍କୁ ମନେ ପଡ଼ିଯିବେ ଶ୍ରୀଦେବୀ

ଅଭିନେତ୍ରୀ ଜାହ୍ନବୀ କପୁର ଏବେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତଖ୍‌ତ’ର ପ୍ରସ୍ତୁତିରେ ଲାଗିଛନ୍ତି। ଏଥିପାଇଁ ସେ କ୍ଲାସିକାଲ୍‌ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଅଭିନେତ୍ରୀ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି।

g2

ଜାହ୍ନବୀ ବଲିଉଡ୍‌ର କିମ୍ବଦନ୍ତୀ କଳାକାର ଓ୍ଵାହିଦା ରହମାନ୍‌ଙ୍କ ‘ପିୟା ତୋସେ ନୈନା ଲାଗେ’ ଗୀତରେ ନୃତ୍ୟ ଅଭ୍ୟାସ କରୁଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜାହ୍ନବୀ ଭିଡିଓ ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି ଯେ ‘ଯେତେବେଳେ ଆପଣ ସନ୍ତୁଳନ ହରାଇ ବସନ୍ତି, ସେତେବେଳେ ଏହାକୁ ଡ୍ରାମାଟିକ୍‌ ଶୈଳୀରେ ଶେଷ କରିଦିଅନ୍ତି’।

 

View this post on Instagram

 

When u lose balance so u have to improv an over dramatic end 🕺🏼🎶🌈

A post shared by Janhvi Kapoor (@janhvikapoor) on

ଜାହ୍ନବୀ ନୀଳ ରଙ୍ଗର କୁର୍ତ୍ତୀ ଓ ଧଳା ରଙ୍ଗର ପାଇଜାମା ପିନ୍ଧିଛନ୍ତି। ତେବେ ସେ ଯେଉଁଭଳି ଭାବେ ଫରଫେକ୍ସନ ସହ ଡ୍ୟାନ୍ସ କରୁଛନ୍ତି, ତାଙ୍କୁ ଦେଖିଲେ ଆପଣଙ୍କୁ ଶ୍ରୀଦେବୀଙ୍କ କଥା ମନେ ପଡ଼ିଯିବ। ଶ୍ରୀଦେବୀ ବଲିଉଡ୍‌ର ବହୁତ ଭଲ ଡ୍ୟାନ୍ସର ଥିଲେ।