Below header

ନିଜ ଠାରୁ ପତି ନିକ୍‌ ଜୋନ୍ସ ୧୦ ବର୍ଷ ସାନ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା, କ’ଣ ରହିଛି ଖାସ୍‌ କଥା

ନିକ୍‌ ଜୋନ୍ସ ଏବଂ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପଡ଼ାଙ୍କ ବିବାହ ୨୦୧୮ ଡିସେମ୍ବରରେ ଯୋଧପୁର ଉମ୍ମେଦ ଭବନରେ ହୋଇଥିଲା । ଏହି ବିବାହ ହିନ୍ଦୁ ଓ ଖ୍ରୀଷ୍ଟିୟାନ୍‌ ପରମ୍ପରା ଅନୁଯାୟୀ ହୋଇଥିଲା । ନିଜର ବିବାହ ସମ୍ପର୍କରେ ଏମିତି କିଛି ଖାସ୍‌ କଥା ପ୍ରକାଶ କରିଛନ୍ତି ପ୍ରିୟଙ୍କା । ତାଙ୍କ ଠାରୁ ପତି ନିକ୍‌ ୧୦ ବର୍ଷ ସାନ ବୋଲି କହିଛନ୍ତି ପ୍ରିୟଙ୍କା ।

 priyanka
photo credit : pink villa

ପ୍ରିୟଙ୍କାକୁ ୩୭ ବର୍ଷ ବୟସ ହୋଇଥିବା ବେଳେ ପତି ନିକ୍‌ଙ୍କୁ ୨୭ ବର୍ଷ ବୟସ ବୋଲି କୁହନ୍ତି ପ୍ରିୟଙ୍କା । ନିକ୍‌ ଓ ତାଙ୍କ ମଧ୍ୟରେ ଯଦିଓ କାଫି ଏଜ୍‌ ଗ୍ରୁପ୍‌ ରହିଛି, ତେବେ ଏଥିରେ କୈାଣସି ଚିନ୍ତାଜନକ କଥା ନାହିଁ ବୋଲି କୁହନ୍ତି ପ୍ରିୟଙ୍କା । ନିକ୍‌ ମଧ୍ୟ ଭାରତୀୟ ପରମ୍ପରା ସହିତ ଖୁବ୍‌ ମିଶିଗଲେଣି । ନିକ୍‌ ଓ ତାଙ୍କ ବୈବାହିକ ଜୀବନ ମଧ୍ୟ ବହୁତ ନର୍ମାଲ ବୋଲି କୁହନ୍ତି ପ୍ରିୟଙ୍କା ।

 priyanka
photo credit : gulf news

ଉଭୟ ଉଭୟଙ୍କ ପସନ୍ଦ ଓ ନାପସନ୍ଦ କୁ ବୁଝନ୍ତି । ପ୍ରିୟଙ୍କା ଏବେ ଜର୍ମାନ ଫିଲ୍ମରେ ସୁଟିଂ ଶେଷ କରିଛନ୍ତି । ନିକଟରେ ଉଭୟେ ବିବାହ ବାର୍ଷିକୀ ଉତ୍ସବ ଲଣ୍ଡନରେ ପାଳନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.