ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ମୀରା ଚୋପ୍ରା, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ଏବେ ପ୍ରିୟଙ୍କା ଚୋପ୍ରାଙ୍କ କଜନ ମୀରା ଚୋପ୍ରାଙ୍କ ମ୍ୟାରେଜ ଡେଟ୍‌ ସାମ୍ନାକୁ ଆସିଛି । ଅଭିନେତ୍ରୀ ମୀରା ଚୋପ୍ରା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ମାର୍ଚ୍ଚରେ ନିଜର ଲଙ୍ଗ୍‌ ଟାଇମ୍‌ ବଏଫ୍ରେଣ୍ଡଙ୍କୁ ବିବାହ କରିବେ ।

ପ୍ରିୟଙ୍କା ଚୋପ୍ରାଙ୍କ କଜନ୍‌ ମୀରା ଚୋପ୍ରା ନିଜ ପୋଷ୍ଟ ଏବଂ ଇନ୍‌ଣ୍ଟରଭ୍ୟୁ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ପ୍ରିୟଙ୍କା ଚୋପ୍ରାଙ୍କ କଜନ୍‌ ମୀରା ଚୋପ୍ରାଙ୍କ ମ୍ୟାରେଜ ଡେଟ୍‌ ସାମ୍ନାକୁ ଆସିଛି । ଅଭିନେତ୍ରୀ ମୀରା ଚୋପ୍ରା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ ମାର୍ଚ୍ଚରେ ନିଜର ଲଙ୍ଗ୍‌ ଟାଇମ୍‌ ବଏଫ୍ରେଣ୍ଡଙ୍କୁ ବିବାହ କରିବେ । ମୀରା ଚୋପ୍ରା ତାଙ୍କ ବଏଫ୍ରେଣ୍ଡ ରକ୍ଷିତ୍‌ କେଜ୍ରିୱାଲଙ୍କ ସହ ରାଜସ୍ଥାନରେ ବିବାହା କରିବାକୁ ଯାଉଛନ୍ତି । ଏବେ ଅଭିନେତ୍ରୀଙ୍କ ବିବାହର ଅନେକ କଥା ସାମ୍ନାକୁ ଆସିଛି । ତେବେ ସୋସିଆଲ ମିଡିଆରେ ମୀରା ଚୋପ୍ରାଙ୍କ ବିବାହ କାର୍ଡ ଜୋରସୋର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ହଳଦୀ, ମେହେନ୍ଦୀ ଏବଂ ରିସେପ୍ସନ୍ କେବେ ଏବଂ କେଉଁଠାରେ ଅନୁଷ୍ଠିତ ହେବ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିଛି । ତେବେ ଏହି କାର୍ଡ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ instantbollywoodରେ ସେୟାର କରାଯାଇଛି ।

ମୀରା ଚୋପ୍ରା ବିଜ୍‌ନେସ୍‌ ମ୍ୟାନ୍‌ ରକ୍ଷିତ୍‌ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୨ ରେ ଜୟପୁରରେ ବିବାହ କରିବାକୁ ଯାଉଛନ୍ତି । ତେବେ ମାର୍ଚ୍ଚ ୧୧ ରୁ ଆରମ୍ଭ ହେବାକୁ ଥିବା ଦୁଇ ଦିନିଆ ବିବାହ କାର୍ଯ୍ୟକ୍ରମ, ଏହି ବିବାହରେ କେବଳ ୧୫୦ ଗେଷ୍ଟ ଯୋଗଦେବାକୁ ଯାଉଛନ୍ତି । ଜୟପୁର ଦିଲ୍ଲୀ ହାେଇଓ୍ଵରେ ଥିବା ବୁଏନା ଭିସ୍ତା ଲଗ୍‌ଜରୀ ଗାର୍ଡେନ୍ ସ୍ପା ରିସର୍ଟରେ ଏହି ବିବାହ ଅନୁଷ୍ଠିତ ହେବ । ଏସବୁ ମଧ୍ୟରେ ଅଭିନେତ୍ରୀଙ୍କ ବିବାହ କାର୍ଡ ବର୍ତ୍ତମାନ ଇନ୍‌ଣ୍ଟରନେଟ୍‌ରେ ଭାଇରଲ ହେବାରେ ଲାଗିଛି । ତେବେ ଏହି ବିବାହର କାର୍ଯ୍ୟକ୍ରମ ଦୁଇ ଦିନ ହେବ । ଏହା ସହ ମାର୍ଚ୍ଚ ୧୧ରେ ପ୍ରି ୱେଡିଂ ସେଲିବ୍ରେସନ୍‌ ହେବ ଏବଂ ମାର୍ଚ୍ଚ ୧୨ରେ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ତେବେ କାର୍ଡରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୧ରେ ମେହେନ୍ଦୀ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହ ପରେ ସେହି ଦିନ ଗେଷ୍ଟଙ୍କ ପାଇଁ ଏକ ସଙ୍ଗୀତ ଏବଂ କକଟେଲ ପାର୍ଟୀ ଆୟୋଜିତ କରାଯାଇଛି । ଏହା ପରେ ମାର୍ଚ୍ଚ ୧୨ ରେ ହଳଦୀ ସମାରୋହ ଅନୁଷ୍ଠିତ ହେବ ଏବଂ ସନ୍ଧ୍ୟାରେ ବିବାହ କାର୍ଯ୍ୟକ୍ରମ କରାଯିବ । ତେବେ ଆପଣମାନେ ତ ଜାଣିଥିବେ ଯେ ପ୍ରିୟଙ୍କା ଚୋପ୍ରା ଏବଂ ପାରିନୀତି ଚୋପ୍ରା ମଧ୍ୟ ରାଜସ୍ଥାନରେ ବିବାହ କରିଥିଲେ । ଏବେ ମୀରା ମଧ୍ୟ ରାଜସ୍ଥାନରେ ବିବାହ କରିବାକୁ ଯାଉଛନ୍ତି ।

ନିକଟରେ ସନ୍ଦୀପ ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସଫେଦ୍‌’ ରେ ମୀରା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ମେରା ୨୦୧୬ ରେ ଶର୍ମାନ ଯୋଶୀଙ୍କ ହିଟ୍‌ ଫିଲ୍ମ ‘୧୯୨୦ ଲଣ୍ଡନ’ ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଅଭିନେତ୍ରୀ ମୀରା ଚୋପ୍ରା ‘ସେକ୍ସନ୍ ୩୭୫’, ‘କମାଠିପୁରା’ ପରି ଅନେକ ଫିଲ୍ମରେ ଅଭିନୟ କରିଥିବାର ନଜର ଆସିଛନ୍ତି ।

 

View this post on Instagram

 

A post shared by Instant Bollywood (@instantbollywood)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.