ଖୁବଶୀଘ୍ର ଭାରତ ହେବାକୁ ଯାଉଛି ‘AI ର ହବ୍’, ଇକୋସିଷ୍ଟମ୍ ବୁଷ୍ଟ ପାଇଁ ୧୦ କୋଟି ଦେଲେ ସରକାର

ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ମୋଦୀ ସରକାର ଟ୍ରେଜେରୀ ଖୋଲିଛନ୍ତି । 'Making AI in India' ଏବଂ 'Making AI Work for India' ପାଇଁ ମୋଦୀ କ୍ୟାବିନେଟ୍ ଏକ ଜାତୀୟ ସ୍ତରର India AI ମିଶନ୍ ଘୋଷଣା କରିଛି । ସରକାର ଟ୍ରେଜେରୀ ଖୋଲିଛନ୍ତି ଏବଂ ଏଥିପାଇଁ ୧୦,୩୭୨.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଇକୋସିଷ୍ଟମକୁ ବୃଦ୍ଧି କରିବା ପାଇଁ ମୋଦୀ ସରକାର ଟ୍ରେଜେରୀ ଖୋଲିଛନ୍ତି । ‘Making AI in India’ ଏବଂ ‘Making AI Work for India’ ପାଇଁ ମୋଦୀ କ୍ୟାବିନେଟ୍ ଏକ ଜାତୀୟ ସ୍ତରର India AI ମିଶନ୍ ଘୋଷଣା କରିଛି । ସରକାର ଟ୍ରେଜେରୀ ଖୋଲିଛନ୍ତି ଏବଂ ଏଥିପାଇଁ ୧୦,୩୭୨.୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । India AI ମିଶନ ମାଧ୍ୟମରେ, AI ଇନୋଭେସନ ପାଇଁ ଏକ କମ୍ପ୍ରିହେନ୍ସିଭ ଇକୋସିଷ୍ଟମ୍ ଡେଭଲପ କରାଯିବ ।

ଏଥିପାଇଁ ପବ୍ଲିକ ଏବଂ ପ୍ରାଇଭେଟ ସେକ୍ଟର ସହ ସହଭାଗିତା କରାଯିବ । ଭାରତ ସରକାରଙ୍କ ଏହି ଉଚ୍ଚାଭିଳାଷୀ ମିଶନକୁ କମ୍ପ୍ୟୁଟିଂ ଆକ୍ସେସ୍, ଡାଟା କ୍ଵାଲିଟିରେ ଉନ୍ନତି, ସ୍ୱଦେଶୀ AI ଦକ୍ଷତାର ବିକାଶ, ଟପ AI ଟ୍ୟାଲେଣ୍ଟଙ୍କୁ ଆକର୍ଷିତ କରିବା, ଇଣ୍ଡଷ୍ଟ୍ରି ସହ ସହଭାଗିତା, ଷ୍ଟାର୍ଟ ଅପ୍ ରିସ୍କ କ୍ୟାପିଟାଲ ଭଳି ଅନେକ ଦିଗରେ ଅଣାଯାଇଛି ଯାହାର ମୁଖ୍ୟ ଲକ୍ଷ୍ୟ ଭାରତରେ AI ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା । ଭାରତ ସରକାରଙ୍କ ଏହି ମିଶନ୍ ଡିଜିଟାଲ୍ ଇଣ୍ଡିଆ କର୍ପୋରେସନ୍ (DIC) ଅଧୀନରେ ଥିବା ଇଣ୍ଡିପେଣ୍ଡେଣ୍ଟ ବିଜନେସ ଡିଭିଜନ (IBD) ଦ୍ୱାରା କାର୍ଯ୍ୟକାରୀ ହେବ ।

ରିପୋର୍ଟ ଅନୁଯାୟୀ, ଏହା ସହ ଜଡିତ ଅଧିକାରୀମାନେ କହିଛନ୍ତି ଯେ India AI ମିଶନର ଅନୁମୋଦନ ପରେ ଭାରତରେ ଇନୋଭେସନ ଏବଂ ସ୍ୱଦେଶୀ ଦକ୍ଷତା ବୃଦ୍ଧି ପାଇବ । ଏହା ବ୍ୟତୀତ ଦେଶରେ ହାଇ କ୍ୱାଲିଟି ରୋଜଗାରର ସମ୍ଭାବନା ମଧ୍ୟ ରହିବ । ସାଧାରଣ ଲୋକଙ୍କୁ ନୂତନ ଟେକ୍ନୋଲୋଜି ସହିତ ଯୋଡିବା ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆ ମିଶନ୍ ଆରମ୍ଭ କରିଛନ୍ତି । India AI ମିଶନ ଭାରତରେ AI କୁ ପ୍ରୋତ୍ସାହିତ କରିବ । ଡିସେମ୍ବରରେ ଅନୁଷ୍ଠିତ ଗ୍ଲୋବାଲ୍ AI ସମିଟ ୨୦୨୩ରେ ‘Making AI in India’ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ କହିଥିଲେ ।

ଏହି India AI ମିଶନ ଅଧୀନରେ, ପବ୍ଲିକ-ପ୍ରାଇଭେଟ ସହଭାଗୀତା ଅଧୀନରେ ଭାରତରେ ୧୦ ହଜାରରୁ ଅଧିକ GPU (ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ୍) ଡିଜାଇନ୍ ହେବ । ଏହା ବ୍ୟତୀତ AI ମାର୍କେଟପ୍ଲେସ୍ ଏବଂ କମ୍ପ୍ୟୁଟିଂ ଇକୋସିଷ୍ଟମ ମଧ୍ୟ ଭାରତରେ ଡେଭଲପ ହେବ । ChatGPT, Google Gemini AIରେ ମଧ୍ୟ BharatGPT ଘୋଷଣା କରାଯାଇଛି । ଏହି ଟୁଲ ଭାରତରେ ନିର୍ମିତ ସ୍ୱଦେଶୀ ଲାର୍ଜ ଲାଙ୍ଗୁଏଜ (LLM) ଉପରେ କାମ କରେ । ସ୍ୱଦେଶୀ AI ଇକୋସିଷ୍ଟମକୁ ପ୍ରୋତ୍ସାହିତ କରି ଏହି କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ସରକାର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.