ପୁଲୱାମା ଆକ୍ରମଣ ପରେ T – Seriesର ବଡ଼ ପଦକ୍ଷେପ, ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ ଏବଂ ରାହତ ଫତେ ଅଲ୍ଲୀ ଖାନଙ୍କୁ କଲା ଅନଲିଷ୍ଟ

ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହେଉଛି ଦାବି । ଆଉ ପାକିସ୍ତାନକୁ ମୁହଁତୋଡ ଯବାବ୍ ଦେବା ପାଇଁ ବଚନ ଦେଇସାରିଛନ୍ତି ସରକାର । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିସାରିଲାଣି ଭାରତ । ଆଉ ଏଥିରୁ ବାଦ୍ ପଡିନି ବଲିଉଡ୍ । ଦୁଇ ପ୍ରସିଦ୍ଧ ପାକିସ୍ତାନୀ ପ୍ଲେ ବ୍ୟାକ୍ ସିଙ୍ଗରଙ୍କ ଉପରେ କଡା କର୍ଯ୍ୟାନୁଷ୍ଠାନ ନେଇଛି ଲୋକପ୍ରିୟ ମ୍ୟୁଜିକ୍ କମ୍ପାନୀ ଟି ସିରିଜ୍ ।

ବଲିଉଡ୍ ମ୍ୟୁଜିକରେ ବର୍ଷ ବର୍ଷ ଧରି ନାମ କମାଉଥିବା ଅତିଫ୍ ଅସଲମ୍ ଏବଂ ରାହତ୍ ଫତେ ଅଲ୍ଲୀ ଖାନଙ୍କୁ ଅନଲିଷ୍ଟ କରିଦେଇଛି ଟି – ସିରିଜ୍ । ଉଭୟଙ୍କ ଗୀତ ଗୁଡିକୁ ମଧ୍ୟ ନିଜ ୟୁଟ୍ୟୁବ୍ ଆକାଉଂଟରୁ ହଟାଇଦେଇଛି । ତେବେ ଏନେଇ ତେବେ ଟି-ସିରିଜ ଏପର୍ଯ୍ୟନ୍ତ ଏନେଇ କୌଣସୀ ଔପଚାରିକ ଘୋଷଣା କରି ନାହିଁ ।

୧୩ ଫେବ୍ରୁଆରୀରେ ଅତିଫ୍ ଅସଲମଙ୍କ ଭିଡିଓ ଆଲବମ୍ ବାରିଶେ ୟୁଟ୍ୟୁବରେ ରିଲିଜ୍ ହୋଇଥିଲା । ଯେଉଁଥିରେ ଥିଲା ସଲମାନଙ୍କ ଟାଇଗର୍ ଜିନ୍ଦା ହୈ ଫିଲ୍ମର ଦି୍ଲ୍ ଦିଆଁ ଗଲ୍ଲା ସହ ଅନେକ ସୁପରହିଟ୍ ଗୀତ । ଯାହାକୁ ଏବେ ହଟାଇଦିଆଯାଇଛି । ସେହିପରି ରାହତ୍ ଫତେ ଅଲ୍ଲୀ ଖାନଙ୍କର ଜିନ୍ଦେଗୀ ୧୫ ଫେବ୍ରୁଆରୀରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା । କିନ୍ତୁ ଏହାକୁ ମଧ୍ୟ ଡିଲିଟ୍ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.