ସେଟ୍ ମ୍ୟାକ୍ସରେ କାହିଁକି ବାରମ୍ବାର ପ୍ରସାରଣ ହେଉଛି ଫିଲ୍ମ ସୂର୍ଯ୍ୟବଂଶମ୍ ? ଜାଣନ୍ତୁ ଏହି ବହୁ ଚର୍ଚ୍ଚିତ ପ୍ରଶ୍ନର ଉତ୍ତର

୨୧ ମେ’ ୧୯୯୯ । ଏହି ଦିନ ରିଲିଜ୍ ହୋଇଥିଲା ଅମିତାଭ୍ ବଚ୍ଚନଙ୍କ ଫିଲ୍ମ ସୂର୍ଯ୍ୟବଂଶମ୍ । ଫିଲ୍ମକୁ ରିଲିଜ୍ ହେବାର ପ୍ରାୟ ୨୦ ବର୍ଷ ହୋଇସାରିଲାଣି । ହେଲେ ଏହି ୨୦ ବର୍ଷ ମଧ୍ୟରେ ପ୍ରାୟ ୨୦୦ ଥର ଏହି ଫିଲ୍ମ ସେଟ୍ ମ୍ୟାକ୍ସ ଚ୍ୟାନେଲରେ ଦେଖାଇ ସାରିଲାଣି । ଆଗକୁ ବି ଚାଲିବ ଏହା । ହୀରା ଠାକୁର, ଭାନୁ ପ୍ରତାପ, ରାଧା ବେଗର୍ । ଏପର୍ଯ୍ୟନ୍ତ ସୂର୍ଯ୍ୟବଂଶମ୍ ଫିଲ୍ମର ସମସ୍ତ ଚରିତ୍ରକୁ ମନେ ରଖିସାରିବେଣି ଦର୍ଶକ । ଏହି ଫିଲ୍ମ ଟିଭିରେ ବାରମ୍ବାର ପ୍ରସାରଣ ହେବାର Unbreakable ରେକର୍ଡ ବନାଇସାରିଲାଣି । ହେଲେ କାହିଁକି ? କେବେ ଚିନ୍ତା କରିଛନ୍ତି ସେଟ୍ ମ୍ୟାକ୍ସରେ ସବୁବେଳେ କାହିଁକି ସୂର୍ଯ୍ୟବଂଶମ୍ ଫିଲ୍ମ ପ୍ରସାରଣ ହୋଇଥାଏ । ହୀରା ଠାକୁର୍ ଏବଂ ସୂର୍ଯ୍ୟବଂଶମ୍ ସହ ସେଟ୍ ମ୍ୟାକ୍ସର ଏତେ ପ୍ରେମ କାହିଁକି ।

ଏହାର ଉତ୍ତର ହେଉଛି ସେହି ଚୁକ୍ତି, ଯାହା ଫିଲ୍ମର ପ୍ରଯୋଜକଙ୍କ ସହ କରିଛି ସୋନି ଟିଭି । ଉଭୟ ସୋନି ଟିଭି ଏବଂ ସୂର୍ଯ୍ୟବଂଶମ୍ ଫିଲ୍ମ ଗୋଟିଏ ବର୍ଷ ରିଲିଜ୍ ହୋଇଥିଲା । ତେଣୁ ସୋନି ଟିଭି ଏହାର ସାଟେଲାଇଟ୍ ରାଇଟ୍ସ ପୁରା ୧୦୦ ବର୍ଷ ପାଇଁ କିଣି ନେଇଛି । ତେଣୁ ଏହି ଫିଲ୍ମ ବାରମ୍ବାର ସେଟ୍ ମ୍ୟାକ୍ସରେ ପ୍ରସାରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.