ଡିସେମ୍ବର ୩୧ରେ ନିଜ ରାଜନୈତିକ ଦଳର ଘୋଷଣା କରିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଜାନୁଆରୀରେ ହେବ ଲଞ୍ଚ

ଶେଷରେ ନିଜ ରାଜନୈତିକ ଦଳର ସସପେନ୍ସ ଉପରୁ ପରଦା ଉଠାଇଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ। ଚଳିତବର୍ଷ ଡିସେମ୍ବର ୩୧ ତାରିଖରେ ରଜନୀକାନ୍ତ ନିଜ ରାଜନୈତିକ ଦଳର ଘୋଷଣା କରିବେ ଓ ଆସନ୍ତା ବର୍ଷ ଜାନୁଆରୀରେ ଏହାକୁ ଲଞ୍ଚ କରିବେ। ଏନେଇ ରଜନୀକାନ୍ତ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି, ଆମେ ନିଶ୍ଚିତ ଭାବେ ବିଧାନସଭା ନିର୍ବାଚନ ଜିତିବୁ। ଆମେ ଏକ ନିଷ୍ଠାବାନ, ଦାୟିତ୍ୱସମ୍ପନ୍ନ, ପାରଦର୍ଶୀ, ଭ୍ରଷ୍ଟାଚାରମୁକ୍ତ ଓ ଆଧ୍ୟାତ୍ମିକ ରାଜନୀତି କରିବୁ। ଏହା ଏକ ଆଶ୍ଚର୍ଯ୍ୟ ଓ ଚମତ୍କାର ନିଶ୍ଚୟ ହେବ।

ପ୍ରକାଶ ଯେ ରଜନୀକାନ୍ତ ରାଜନୀତିରେ ଆସିବା ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। ସୂଚନାଯୋଗ୍ୟ ଯେ, ତାମିଲନାଡୁରେ ଏପ୍ରିଲ-ମେ ୨୦୨୧ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.