Below header

ଖାତାବୁକ୍ ଲଞ୍ଚ କଲା ‘ପଗାରଖାତା ଆପ୍’, ଏବେ କର୍ମଚାରୀଙ୍କ ସବୁ ହିସାବ ଏଥିରେ ରଖିପାରିବେ

ଖାତାବୁକ ନିଜର ନୂଆ କର୍ମଚାରୀ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ‘ପଗାରଖାତା’ ଲଞ୍ଚ କରିଛି। ଏହି ଆପକୁ ୟୁଜର ନିଜର ମାସିକ / ପ୍ରତି ଘଣ୍ଟାର ଦରମା, ଉପସ୍ଥାପନ, ସାଲାରୀ ସ୍ଲିପ, ଦରମା ହିସାବ ଓ ଖର୍ଚ୍ଚ ଇତ୍ୟାଦିର ହିସାବ ଭଳି କାମ ପାଇଁ କରିପାରିବେ। ସୂଚନାଯୋଗ୍ୟ ଯେ ଭାରତର MSME ସେଗମେଣ୍ଟର କମ୍ପାନୀ ଖାତା ବୁକ ତରଫରୁ ଉପଲବ୍ଧ କରାଯାଇଥିବା ଏହା ହେଉଛି ତୃତୀୟ ଆପ୍।

ଏହା ପୂର୍ବରୁ ଖାତାବୁକ ଓ ମାଇଷ୍ଟୋର ଆପ୍ ଲଞ୍ଚ କରାଯାଇଥିଲା। ପଗାରଖାତା ଆପ୍ କୁ ୧୩ଟି ଭାରତୀୟ ଭାଷାରେ ଉପଲବ୍ଧ କରାଯାଇଛି। ଏହି ଆପ୍ କୁ ଏବେ କେବଳ ଆଣ୍ଡ୍ରଏଡ୍ ମୋବାଇଲ ୟୁଜର ହିଁ ବ୍ୟବହାର କରିପାରିବେ। ଖୁବଶୀଘ୍ର iOS ୟୁଜରଙ୍କ ପାଇଁ ଏହା ଉପଲବ୍ଧ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

ଏହି ଆପର ଲଂଚିଂକୁ ନେଇ ଖାତାବୁକର ସହ ପ୍ରତିଷ୍ଠାତା ଓ ସିଇଓ ରବିଶ ନରେଶ କହିଛନ୍ତି, କର୍ମଚାରୀ ମ୍ୟାନେଜମେଣ୍ଟ ପ୍ଲାଟଫର୍ମ ପଗାରଖାତା ସଂଗଠିତ ବ୍ୟବସ୍ଥା ଓ କର୍ପୋରେଟସର ଆବଶ୍ୟକତାକୁ ପୂରଣ କରିଥାଏ। ଛୋଟ କିରାଣି ଦୋକାନ, ସେଲୁନ, ଇଲେକ୍ଟ୍ରୋନିକ୍ସ ଦୋକାନ ପ୍ରମୁଖ କର୍ମଚାରୀଙ୍କ ଉପସ୍ଥାନ ଓ ଦରମାର ହିସାବ ରଖିବା ପାଇଁ ଏହା ବେଶ ସହାୟକ ହେବ ବୋଲି ନରେଶ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.