ରିଲିଜ୍‌ ହେଲା ରଜନୀକାନ୍ତଙ୍କ ‘‘ଦରବାର’’ ଫିଲ୍ମର ଧମାକାଦାର ଗୀତ ଚୁମ୍ମା କିଜି, ଏବେଠୁ ଦର୍ଶକଙ୍କ ଭିତରେ ବଢ଼ିଲାଣି କ୍ରେଜ୍‌

ସୁପରଷ୍ଟାର ରଜନୀକାନ୍ତ ଏବେ ନିଜ ଆଗାମୀ ଫିଲ୍ମ ଦରବାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଏକ ଗୀତ ଚୁମ୍ମା କିଜି ନିକଟରେ ରିଲିଜ୍‌ ହୋଇଛି। ରିଲିଜ୍‌ ହେଉ ହେଉ ଗୀତଟି ଭାଇରାଲ ହୋଇସାରିଲାଣି। ଗୀତକୁ ଦେଖି ଦର୍ଶକେ ଫିଲ୍ମ କେବେ ଆସିବ ପଚାରିବା ଆରମ୍ଭ କରିଦେଲେଣି। ଏହି ଗୀତକୁ ଏସ୍‌ପି ବାଲାସୁବ୍ରମଣ୍ୟମ୍‌ ଗାଇଛନ୍ତି। ଗୀତରେ ବିବେକ ସ୍ୱର ସଂଯୋଜନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ।

ଏହି ଗୀତରେ ଜବରଦସ୍ତ ଏନର୍ଜି ଦେଖିବାକୁ ମିଳିଛି, ଯାହା ରଜନୀକାନ୍ତଙ୍କ ଷ୍ଟାଇଲ୍‌କୁ ସମ୍ପୂର୍ଣ୍ଣ ମ୍ୟାଚ୍‌ କରୁଛି। ଏହି ତାମିଲ ଗୀତର ଅର୍ଥ ବୁଝାପଡ଼ୁନଥିଲେ ମଧ୍ୟ ଶୁଣିବାକୁ ଖୁବ୍‌ ମଜା ଲାଗୁଛି। ଏଣୁ ଗୀତଟି ହିଟ୍‌ ହେବ ବୋଲି ଏବେଠୁ ହିଁ ଜଣାପଡ଼ିଗଲାଣି।

ଦେଖନ୍ତୁ ଭିଡିଓ:

Video Courtesy : divomovies

ଦରବାର ଫିଲ୍ମରେ ରଜନୀକାନ୍ତ ପୋଲିସ ଭୂମିକାରେ ନଜର ଆସିବେ। ଗୀତର ପ୍ରଥମ ପୋଷ୍ଟରରେ ରଜନୀକାନ୍ତଙ୍କୁ ବ୍ଲେଜର ଓ ଗଗଲ୍ସରେ ଦେଖିବାକୁ ମିଳିଛି। ତାଙ୍କ ଏଣ୍ଟ୍ରି ମଧ୍ୟ ଧମାକାଦାର ହୋଇଛି।

ଏହାସହ ପଢ଼ନ୍ତୁ: ଦୁନିଆର ସବୁଠାରୁ ଛୋଟ ପର୍ସ ଧରି ଆଓ୍ଵାର୍ଡ ଶୋ’ରେ ପହଞ୍ଚିଲେ ଏହି ଲୋକପ୍ରିୟ ଗାୟିକା

ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାରା, ପ୍ରତୀକ ବବର, ସୁନୀଲ ସେଟ୍ଟୀ ଏବଂ ଯତୀନ ସରନା ମଧ୍ୟ ନଜର ଆସିବେ। ଆସନ୍ତାବର୍ଷ ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ଓ ମାଲାୟଲମ୍‌ ଭାଷାରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାଯାଇଛି। ଏଆର ମୁରଗଦାସ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଲାଇକା ପ୍ରଡକସନ୍‌ ଫିଲ୍ମ ନିର୍ମାଣ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.