Below header

କରୋନା ଟିକା ନେବା ପରେ ଏମିତି ଅବସ୍ଥା ହେଲା ରାକ୍ଷୀ ସାୱନ୍ତଙ୍କର, ଭୟରେ ଗାଇବାକୁ ଲାଗିଲେ ଗୀତ; ଦେଖନ୍ତୁ ଭିଡିଓ

ବିଗବସରୁ ଲୋକପ୍ରିୟତା ହାସଲ କରିଥିବା ରାକ୍ଷୀ ସାୱନ୍ତ ସବୁବେଳେ କୌଣସି ନା କୌଣସି କାରଣରୁ ନିଜ ଅନ୍ଦାଜ ଯୋଗୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାନ୍ତି। ଏବେ ରାକ୍ଷୀ ସେଭଳି ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।

ଭିଡ଼ିଓରେ ରାକ୍ଷୀ କରୋନା ଟିକା ନେଉଥିବା ଦେଖିବାକୁ ମିଳିଛି। କରୋନା ଟିକା ନେବା ସମୟରେ ଭୟରେ ରାକ୍ଷୀ ବେହାଲ ହୋଇଛନ୍ତି। ସେ ଏତେ ଡରି ଯାଇଛନ୍ତି ଯେ ନର୍ସଙ୍କୁ କହୁଛନ୍ତି, “ମୁଁ ଗୋଟେ ଗୀତ ଗାଇବି, ମୋର ନୂଆ ଭିଡିଓ ରିଲିଜ ହେବାକୁ ଯାଉଛି… ତେରି ଡ୍ରିମ ମେ ମେରି ଏଣ୍ଟ୍ରି”। ରାକ୍ଷୀଙ୍କ ରିଆକ୍ସନ ଦେଖି ନର୍ସ ବି ହସୁଥିବା ଦେଖାଯାଇଛି।

 

View this post on Instagram

 

A post shared by Rakhi Sawant (@rakhisawant2511)

ଏହି ଭିଡିଓରେ ରାକ୍ଷୀ କହୁଛନ୍ତି ଯେ ସେ କୋଭିସିଲଡର ପ୍ରଥମ ଡୋଜ୍ ନେଇଛନ୍ତି। ରାକ୍ଷୀଙ୍କର ଏହି ଭିଡିଓରେ ବିନ୍ଦୁ ଦାରା ସିଂ କମେଣ୍ଟ କରି ଲେଖିଛନ୍ତି, ଆପଣଙ୍କ ହାତରେ କୋଭିସିଲଡ଼ର ଏଣ୍ଟ୍ରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.