ଏହି ଟିପ୍ସକୁ ଫଲୋ କରି ଫୁଟାନ୍ତୁ କ୍ଷୀର, ଜମା ବି ଉତୁରିବନି

କ୍ଷୀର ଫୁଟେଇବା ପାଇଁ ଗ୍ୟାସ ଉପରେ ରଖିଲେ ମଝିରେ ମଝିରେ ଆମକୁ ଦେଖିବାକୁ ପଡ଼େ ଯେ କ୍ଷୀର ଫୁଟୁଛି କି ଉତୁରିଗଲା। କାରଣ ଟିକେ ଅନ୍ୟମନସ୍କ ହେଲେ କ୍ଷୀର ଉତୁରିବା ଆଶଙ୍କା ରହିଛି। ତେବେ ଆମେ ଆପଣଙ୍କୁ କିଛି ଏଭଳି ଟିପ୍ସ କହିବୁ ଯାହାକୁ ଆପଣାଇଲେ ଆପଣଙ୍କ କ୍ଷୀର ଆଉ ଉତୁରିବ ନାହିଁ।

  • ଯେଉଁ ପାତ୍ରରେ କ୍ଷୀର ଫୁଟାଉଛନ୍ତି ତା’ କଡ଼ରେ ଅଳ୍ପ ବଟର କିମ୍ବା ଘିଅ ଲଗାଇଦିଅନ୍ତୁ। କ୍ଷୀର ଉତୁରିବନି।
  • କ୍ଷୀର ଫୁଟାଇବା ପୂର୍ବରୁ ପାତ୍ରରେ ପ୍ରଥମେ କିଛି ପାଣି ଦିଅନ୍ତୁ, ତା ପରେ କ୍ଷୀର ଫୁଟାନ୍ତୁ।
  • କ୍ଷୀର ଉତୁରି ଆସିବା ବେଳେ ପାତ୍ରକୁ ହଲାଇ ଦିଅନ୍ତୁ। କ୍ଷୀର ବାହାରକୁ ଆସିବନି।
  • ଉତୁରି ଆସୁଥିବା କ୍ଷୀର ଉପରେ କିଛି ବୁନ୍ଦା ପାଣି ପକେଇଦିଅନ୍ତୁ।
  • କ୍ଷୀର ଜାଗାରେ କାଠ କରଚୁଲି ରଖିଲେ କ୍ଷୀର ଉତୁରେନି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.