ଭାଙ୍ଗିଗଲା ରାକ୍ଷୀ ସାୱନ୍ତଙ୍କ ବିବାହ? ସେୟାର କଲେ କାନ୍ଦିବାର ଫଟୋ

ନିଜର ଅଜବ-ଗଜବ କାରନାମାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ସାୱନ୍ତ ଏବେ ନିଜର ବିବାହକୁ ନେଇ ଜବରଦସ୍ତ ଆଲୋଚନାର ପରିସରକୁ ଚାଲିଆସିଛନ୍ତି । ରାକ୍ଷୀ ୨୮ ଜୁଲାଇରେ ବିବାହ ତ କରିଥିଲେ ଏହା ସହ ବୋହୂ ବେଶର ଫଟୋ ମଧ୍ୟ ସେୟାର କରିଥିଲେ । ହେଲେ ନିଜର ସ୍ବାମୀଙ୍କର ଗୋଟିଏ ବି ଫଟୋ ଇଷ୍ଟାଗ୍ରାମରେ ଛାଡି ନଥିଲେ । ତାଙ୍କର ବିବାହକୁ ପାଖାପାଖି ୧ମାସ ପୁରିବାକୁ ବସିଲାଣି । ଏହା ଭିତରେ ରାକ୍ଷୀ ଦ୍ବିତୀୟ ହନିମୁନ୍ ମଧ୍ୟ ପ୍ଳାନ୍ କରିସାରିଲେଣି । କିନ୍ତୁ ଏବେ ଯାଏ ତାଙ୍କର ଏନଆରଆଇ ସ୍ବାମୀଙ୍କର ଚେହେରା କେହିବି ଦେଖିବାକୁ ପାରିନାହାନ୍ତି ।

rakhi-sawantଅନ୍ୟପକ୍ଷରେ ରାକ୍ଷୀ ଏବେ ଇଷ୍ଟାଗ୍ରାମରେ ଏମିତି କାଣ୍ଡ କରିଛନ୍ତି ଯାହାପରେ ଲୋକେ ତାଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଦେଇଛନ୍ତି । ସଭିଏଁ ତାଙ୍କର ବିବାହ ଭାଙ୍ଗିଯାଇଛି କି ବୋଲି ପ୍ରଶ୍ନ ପଚାରୁଛନ୍ତି । କଥାଟି ହେଲା ନିକଟରେ ରାକ୍ଷୀ କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ରାକ୍ଷୀଙ୍କର ନୁହେଁ ବରଂ ଏକ ଏନିମେଟେଡ୍ ଝିଅର ଥିଲା । ଫଟୋରେ ଗୋଟେ ଝିଅ କାନ୍ଦୁଥିବାର ନଜର ଆସୁଥିବାବେଳେ ଆଉ ଏକ ଫଟୋରେ ତାର ହ୍ରୁଦୟ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଥିଲା ।

rakhiଅନ୍ୟପଟେ ଆଉ ଏକ ଫଟୋରେ ଏକ ଦୁଃଖଭରା କୋଟେସନ୍ ମଧ୍ୟ ସେୟାର କରିଥିଲେ ରାକ୍ଷୀ । ରାକ୍ଷୀଙ୍କର ଏହି ସବୁ ଫଟୋକୁ ଦେଖିବାପରେ ଲୋକେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, କଣ ରାକ୍ଷୀଙ୍କ ବିବାହ ଭାଙ୍ଗିଗଲା କି? ଅନ୍ୟ ଏକ ୟୁଜର୍ସ ପ୍ରଶ୍ନ କରିଛନ୍ତି ତଲାକ୍? ଆଉ ଜଣେ ୟୁଜର୍ସ ରାକ୍ଷୀଙ୍କୁ ଲମ୍ବା ଚଉଡା ଜ୍ଞାନ ଦେଇ ଲେଖିଛନ୍ତି କି, ରାକ୍ଷୀ କେବେ ତ ସିରିୟସ୍ ହୁଅ,କେବେ ବିବାହ,କେବେ ଦିପକ୍ କଲାଲ ପୁଣି କେବେ ଅନ୍ଯ କୌଣସି ନାଟକ । ଏମିତି କରି ତୁମେ ନିଜର ଚରିତ୍ର ଖରାପ କରୁଛ ।

ଏହାସହ ପଢନ୍ତୁ : ଦୀର୍ଘ ୧୩ ବର୍ଷ ପରେ ପୁଣି ବଡ ପରଦାକୁ କମ ବ୍ୟାକ୍ କଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

rakhi1ଏହି ସବୁ ଭିତରେ ରାକ୍ଷୀଙ୍କର ବିବାହ ଭାଙ୍ଗି ଯାଇଥିବା ନେଇ ଅନୁମାନ ଲଗାଯାଉଥିଲେ ମଧ୍ୟ ଏହାକୁ ସତ ବୋଲି କହିପାରିବା ନାହିଁ । କାରଣ ଗୋଟେ ଫଟୋର କ୍ୟାପସନ୍ ରେ ରାକ୍ଷୀ ଲେଖିଛନ୍ତି କି, ସେ ଏଥିପାଇଁ କାନ୍ଦୁଛନ୍ତି କାରଣ ତାଙ୍କୁ ୟୁକେ ଯିବାର ଅଛି ଏବଂ ସେଠାକୁ ଯିବାର ଟିକେଟ ବହୁତ ଅଧିକ । ଏମିତିରେ ପ୍ରକ୍ରୁତ କଥା କଣ ତାହା ରାକ୍ଷୀ ହିଁ କହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.