Below header

ଅଭିନେତ୍ରୀ ରକୁଲ ପ୍ରୀତ କଲେ ହଟ୍‌ ଯୋଗାସନ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଏବେ ଲକଡାଉନ ସମୟରେ ସବୁ ବଲିଉଡ ଷ୍ଟାର ମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ତେବେ ବଲିଉଡ୍‌ ଆକ୍ଟ୍ରେସ୍‌ ରକୁଲ ପ୍ରୀତ ସିଂହ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଅଛନ୍ତି। ଏହାସହିତ ନିଜ ଫିଟନେସ୍‌ ଭିଡିଓ ସେୟାର କରି ଲୋକଙ୍କୁ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ସଚେତନ କରାଉଛନ୍ତି। ରକୁଲ ପ୍ରୀତ ସିଂହ ଏବେ ପୁଣି ଥରେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଶିର୍ଷାସନ କରୁଥିବା ନଜର ଆସୁଛନ୍ତି। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ରକୁଲ ପ୍ରୀତ ସିଂହଙ୍କ ଏହି ଭିଡିଓକୁ ତାଙ୍କ ଫ୍ୟାନ୍ସ ଖୁବ୍‌ ପସନ୍ଦ କରୁଛନ୍ତି ଆଉ ଏଥିରେ ଜବରଦସ୍ତ ରିଆକସନ୍‌ ମଧ୍ୟ ଆସୁଛି।


ରକୁଲ ପ୍ରୀତ ତାଙ୍କର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ତାଙ୍କର ଏହି ଭିଡିଓ କିଛି ଦିନ ତଳର। ତଥାପି ଭିଡିଓକୁ ୭ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି। ଏହାପୂର୍ବରୁ ସେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ସୂର୍ଯ୍ୟ ନମସ୍କାର କରୁଥିବା ଦେଖିବାକୁ ମିଳିଥିଲା। ସେ ଏହାକୁ ସେୟାର କରି କ୍ୟାପସନରେ ଲେଖିଥିଲେ ଏହି ଆସନ କରିବା ପରେ ବହୁତ ବଢ଼ିଆ ଅନୁଭବ ହୋଇଥାଏ।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ନିଜର ଅଭିନୟ କ୍ୟାରିୟରର ଆରମ୍ଭ କନ୍ନଡ ଫିଲ୍ମ ଗିଲ୍ଲୀରୁ କରିଥିଲେ। ତେବେ ରକୁଲ ଏହି ଲକଡାଉନ ସମୟରେ ନିଜ ଫିଟନେସକୁ ନେଇ ବହୁତ ସିରିୟସ୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.