ବରଗଡ଼ ଜିଲ୍ଲାର ୯ଟି ବ୍ଳକ୍‌ ସଟ୍‌ଡାଉନ୍: ଆସନ୍ତା ୨୮ତାରିଖ ରାତି ୯ ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ

ବରଗଡ଼: ବରଗଡ଼ ଜିଲ୍ଲାରେ ବଢିବାରେ ଲାଗିଛି କରୋନା ଅକ୍ରାନ୍ତଙ୍କ ସଂଖ୍ୟା। ଏହାକୁ ରୋକିବା ପାଇଁ ଅଧା ଜିଲ୍ଲାକୁ ସଟ୍‌ଡାଉନ୍‌ କରାଯାଇଛି। ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ୍‌ରୁ ୯ଟି ବ୍ଳକ୍‌ ସଟ୍‌ଡାଉନ୍‌ । ଗତକାଲି ରାତି ୯ଟାରୁ ୨୮ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବରଗଡ଼ ଜିଲ୍ଲାପାଳ ।

ବରଗଡ଼, ଭେଡେନ୍‌, ଅତାବିରା, ବିଜେପୁର, ସୋହେଲା, ଭଟଲି, ବରପାଲି ଓ ପଦ୍ମପୁର ବ୍ଳକ୍‌କୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ତେଜରାତି ଦୋକାନ, ପନିପରିବା ଓ କ୍ଷୀର ଦୋକାନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ। ବିଭିନ୍ନ୍‌ ସ୍ଥାନରେ ପୋଲିସର କଡାପହରା ଜାରି ରହିଛି। ଜିଲ୍ଲାରେ ୩୨୪ଜଣ କରୋନା ଆକ୍ରାନ୍ତ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୨୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.