ମଥାରେ ସିନ୍ଦୁର, ହାତରେ ଶଙ୍ଖା: ବିବାହ ପରେ ପ୍ରଥମ ଥର ପାଇଁ ସ୍ୱାମୀଙ୍କ ସହ ସାମ୍ନାକୁ ଆସିଲେ ନୂଆ ବୋହୂ ଆଲିଆ ଭଟ୍ଟ

ଶେଷରେ ବିବାହର ରୂପ ନେଇଛି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଦୀର୍ଘ ଦିନର ପ୍ରେମ। ଭଟ୍ଟ ପରିବାର ଓ କପୁର ପରିବାରର ଲୋକଙ୍କୁ ଉପସ୍ଥିତିରେ ଏହି ପ୍ରେମୀ ଯୁଗଳ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ବିବାହର ଅନେକ ଗୁଡ଼ିଏ ଫଟୋ ଦେଖିବା ପରେ ଏବେ ସମସ୍ତଙ୍କ ନଜର ଆଲିଆଙ୍କୁ ବୋହୂ ବେଶରେ ଦେଖିବା ଉପରେ। ତେବେ ପ୍ରଥମ ଥର ପାଇଁ ବୋହୂ ରୂପେ ସାମ୍ନାକୁ ଆସିଛନ୍ତି ଆଲିଆ ଭଟ୍ଟ।

ସୋସିଆଲ ମିଡିଆରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଆଲିଆ ଭଟ୍ଟ ଏକ ନୀଳ ରଙ୍ଗର ସାଲଓ୍ଵାର ସୁଟ୍‌ ପିନ୍ଧିଥିବା ବେଳେ କାନରେ ଝୁମ୍‌କା ଓ ମଥାରେ ସିନ୍ଦୁର ଲଗାଇଥିବା ଦେଖିବାକୁ ମିଳିଛି। ନୂଆ ବୋହୂ ରୂପେ ଆଲିଆ ଭଟ୍ଟ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଫଟୋରେ ତାଙ୍କ କଡ଼ରେ ରଣବୀର କପୁର ମଧ୍ୟ ଠିଆ ହୋଇଛନ୍ତି। ସେ ଏକ ଲାଲ୍‌ ରଙ୍ଗର କୁର୍ତ୍ତା ପିନ୍ଧିଛନ୍ତି। ଉଭୟେ କ୍ୟାମେରାକୁ ଅନାଇ ହସୁଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏହି କ୍ୟୁଟ୍‌ କପଲଙ୍କୁ ସମସ୍ତେ ପସନ୍ଦ କରୁଛନ୍ତି।

ନଜର ପକାନ୍ତୁ:

ଆଲିଆଙ୍କ ବିବାହ ଗେଟ୍‌ ଅପ୍‌ ଥିଲା ସବୁଠୁ ଅଲଗା:

ସାଧାରଣତଃ ବାହାଘରରେ ଲୋକମାନେ ହେଭି ଜୁଏଲାରୀ, ଲେହେଙ୍ଗା ଓ ଅଧିକ ମେକ୍‌ଅପ୍‌ ନେଇଥାନ୍ତି। କିନ୍ତୁ ଆଲିଆ ଭଟ୍ଟ ନିଜ ବିବାହରେ ଅତି ସାଧାରଣ ଭାବେ ସଜ ହୋଇଥିଲେ। ସେ ସାଧାରଣ ଭାବେ ଅଳ୍ପ ମେହେନ୍ଦୀ ଲଗାଇବା ସହ ହାଲ୍‌କା ମେକ୍‌ଅପ୍‌ ନେଇଥିବାର ଦେଖିବାକୁ ମିଳିଥିଲା। ଏଥିସହ ଚୁଟି ବାନ୍ଧିବା ବଦଳରେ ସେ ଖୋଲା ରଖିଥିଲେ। ଯାହା ତାଙ୍କୁ ସମସ୍ତଙ୍କ ଠାରୁ ହଟ୍‌କେ କରିଥିଲା। ସେହିପର ରଣବୀର କପୁର ଏକ କ୍ରିମ୍‌ ରଙ୍ଗର ଶେରଓ୍ଵାନି ପିନ୍ଧିଥିଲେ।

Also Read: ବୋଟ୍‌ରୁ ଡେଇଁ ପହଁରି ପହଁରି ପଳାଇଲା ମହାବଳ, ଭିଡିଓ ଦେଖିଲେ ମନେ ପଡ଼ିଯିବ ‘ଲାଇଫ୍‌ ଅଫ୍‌ ପାଏ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.