ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ପାଇଁ ୨୬ କେଜି ଓଜନ ହ୍ରାସ କରିଛନ୍ତି ରଣଦୀପ ହୁଡ୍ଡା, ଜାଣନ୍ତୁ କେମିତି

ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି ରଣବୀର । ଆଉ ଫିଲ୍ମ ପାଇଁ ସ୍ବତନ୍ତ୍ର ଡାଏଟ୍‌ କରି ୨୬ କେଜି ଓଜନ ହ୍ରାସ କରିଛନ୍ତି ରଣଦୀପ । ଫିଲ୍ମଟି ଖୁବଶୀଘ୍ର ରିଲିଜ ହେବ ।

ବଲିଉଡରେ ଅନେକ ଦମଦାର ଫିଲ୍ମ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ରଣଦୀପ ହୁଡ୍ଡା ।  ରଣଦୀପ ଏବେ ଅପ୍‌କମିଂ ଫିଲ୍ମ ‘ ସ୍ୱତନ୍ତ୍ର ବୀର ସାବରକର’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରଣଦୀପ ଏହି ଫିଲ୍ମ ପାଇଁ ନିଜର ବଡି ଟ୍ରାନ୍ସଫରମେସନକୁ ନେଇ ଏବେ  ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମର ଚରିତ୍ର ପାଇଁ ରଣଦୀପ ୪ ମାସ ମଧ୍ୟରେ ୨୬ କିଲୋ ଓଜନ କମ କରିପାରିଛନ୍ତି ।

‘ବୀର ସାବରକର’ ଫିଲ୍ମରେ ରଣଦୀପ ହୁଡା ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରୁଛନ୍ତି । ଏହି ଫିଲ୍ମରେ ରଣଦୀପ ହୁଡ୍ଡାଙ୍କର ଅନେକ ସିନ୍‌ ଜେଲର ଭିତରେ ରହିଛି ।  ଏହି ଫିଲ୍ମର ଚରିତ୍ରରେ  ଫିଟ୍ ଆସିବା ପାଇଁ ରଣଦୀପ ହୁଡ୍ଡା କ୍ଷୀର, ଖଜୁରୀ ଓ ଅନ୍ୟ କିଛି ଖାଦ୍ୟ ଖାଇ ଓଜନ କରିବାରେ ସକ୍ଷମ ହୋଇଛନ୍ତି ।

ରଣଦୀପଙ୍କ ଡାଏଟର ଧ୍ୟାନ ରଖନ୍ତି ଭଉଣୀ ଅଞ୍ଜଳି :

‘ବୀର ସାବରକର’ ଫିଲ୍ମର ଚରିତ୍ର ପାଇଁ ରଣଦୀପ ଯେଉଁ ଓଜନ କମ୍ କରିଛନ୍ତି ସେଥିରେ ତାଙ୍କୁ ଭଉଣୀ ଅଞ୍ଜଳି ବହୁତ ସହାୟତା କରିଛନ୍ତି । ଭଉଣୀ ଅଞ୍ଜଳି ଭାଇ ରଣଦୀପଙ୍କ ଓଜନ କମ ପାଇଁ ଡାଏଟର ଧ୍ୟାନ ରଖୁଥିଲେ । ସବୁ ଫିଲ୍ମରେ ରଣଦୀପଙ୍କ ଟ୍ରାନ୍ସଫରମେଶନ ପାଇଁ ବହୁତ ସାହାଯ୍ୟ କରନ୍ତି ଅଞ୍ଜଳି । ତାଙ୍କ ପ୍ରତ୍ୟେକ ଜିନିଷର ଧ୍ୟାନ ରଖନ୍ତି ଭଉଣୀ ଅଞ୍ଜଳି ।

ବେହୋସ ହୋଇ ଯାଇଥିଲେ ରଣଦୀପ :

ରଣଦୀପଙ୍କ ପାଇଁ ଏହି ଟ୍ରାନ୍ସଫରମେଶନ ବହୁତ କଷ୍ଟଦାୟକ ଥିଲା । ଅନେକ ସମୟରେ ରଣଦୀପ ସୁଟିଂ ସେଟରେ ବେହୋସ ହୋଇ ଯାଉଥିଲେ ।  କେବଳ ସେତିକି ନୁହେଁ ସୁଟିଂ ସମୟରେ ବେହୋସ ହେବାରୁ ଘୋଡାରୁ ପଡି ତାଙ୍କ ଆଣ୍ଠୁରେ ଆଘାତ ମଧ୍ୟ ଲାଗିଛି ।

ରଣଦୀପଙ୍କ ସହ ଫିଲ୍ମରେ ନଜର ଆସିବେ ଅଙ୍କିତା ଲୋଖଣ୍ଡେ :

‘ବୀର ସାବରକର’ ଫିଲ୍ମରେ ରଣଦୀପ ହୁଡ୍ଡାଙ୍କ ସହ ନଜର ଆସିବାକୁ ଆସିବେ ଅଙ୍କିତା ଲୋଖଣ୍ଡେ । ଅଙ୍କିତା ଓ ରଣଦୀପଙ୍କୁ ଏକା ସହିତ ଏହି ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ବୀର ସାବରକରଙ୍କ ୧୪୦ତମ ଜନ୍ମଦିନରେ ‘ସ୍ୱତନ୍ତ୍ର ବୀର ସାବରକର’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମଟି ଖୁବଶୀଘ୍ର ପରଦା ଉପରକୁ ଆସିବ । ଯାହାକୁ ଲୋକେ ଅପେକ୍ଷା କରି ରହିଛନ୍ତି ।

ରଣଦୀପ ହୁଡା ବଲିଉଡରେ ଅନେକ ଫିଲ୍ମ କରିଛନ୍ତି । ଜନତ୍‌ ୨, କିକ୍‌,  ସୁଲତାନ, ବାଗି ୨, ଜିସ୍ମ ୨ ଭଳି ଅନେକ ଫିଲ୍ମି ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.