ଖରାପ ପାଗ ଯୋଗୁଁ ଫସିଗଲା ମମତା ବାନାର୍ଜୀଙ୍କ ହେଲିକପ୍ଟର, ସେନା ଏୟାରବେସରେ କଲା ଜରୁରୀ ଅବତରଣ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁଁ ଜରୁରୀ ଅବତରଣ କରିଛି । ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିଛି । ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଡ଼କ ପଥ ଦେଇ କୋଲକତା ଫେରୁଛନ୍ତି ବୋଲି ଖବର ମିଳିଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ବର୍ଷା ହେତୁ ଭିଜିବିଲିଟି ବହୁତ କମ୍‌ ହାଇଯାଇଥିଲା । ଏହି କାରଣରୁ ହେଲିକପ୍ଟରକୁ ଉତ୍ତର ପଶ୍ଚିମବଙ୍ଗର ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।

ଏହାକୁ ନେଇ ଟିଏମସି ନେତା ରାଜୀବ ବାନାର୍ଜୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ପ‌ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଡ଼କ ମାର୍ଗରେ କୋଲକତା ଆସୁଛନ୍ତି ।

ସୂଚନା ମୁତାବକ, ମମତା ବାନାର୍ଜୀ ମଙ୍ଗଳବାର ପଞ୍ଚାୟତ ନିର୍ବାଚନ ପାଇଁ ଜଲପାଇଗୁଡିରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରି କହିଥିଲେ, ବିଜେପି ହାରିବ ବୋଲି ହୃଦୟଙ୍ଗମ କରିସାରିଛି। ସେଥିପାଇଁ ବିଜେପି ବିଭିନ୍ନ ସମ୍ପ୍ରଦାୟ ତଥା ସଂଗଠନ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁନାହିଁ। ଜୁଲାଇ ୮ରୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ହେବ ।  ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଖବର ସାମ୍ନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.