Below header

ସାବରକରଙ୍କ ଜୟନ୍ତୀରେ ରିଲିଜ ହେଲା ଫିଲ୍ମର ଫାଷ୍ଟ ଲୁକ୍‌, ରଣଦୀପଙ୍କୁ ଚିହ୍ନିବା ବହୁତ ମୁସ୍କିଲ

ସ୍ୱାଧୀନତା ସଂଗ୍ରମୀ ବୀର ସାବରକରଙ୍କର ଆଜି ୧୩୯ ତମ ଜନ୍ମଜୟନ୍ତୀ। ଏହି ଅବସରରେ ତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ର ଫାଷ୍ଟ ଲୁକ୍‌ ଆଉଟ୍‌ ହୋଇଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ବୀର ସାବରକରଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଜାରି ହୋଇଥିବା ଲୁକ୍‌ରେ ରଣଦୀପଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିବ।

ଏହି ଫିଲ୍ମକୁ ନିର୍ମାଣ ଏବଂ ପ୍ରଯୋଜନା ସନ୍ଦୀପ ସିଂହ ଏବଂ ଆନନ୍ଦ ପଣ୍ଡିତ କରୁଛନ୍ତି। ଏହାର ନିର୍ଦ୍ଦେଶନା ମହେଶ ମଞ୍ଜେରକର ଦେଉଛନ୍ତି। ଏଥିରେ ରଣଦୀପ ମୁଖ୍ୟ ଭୂମିକାରେ ଥିବା ବେଳେ ଏକ କଳା କ୍ୟାପ୍ ଏବଂ ଗୋଲ ଚଷମା ପିନ୍ଧି ଥିବାର ଦେଖିବାକୁ ମିଳିଛି। ଏନେଇ ଫିଲ୍ମର ସମାଲୋଚକ ତରନ ଆଦର୍ଶ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି।

ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ୱତନ୍ତ୍ର ବୀର ସବରକର’ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି। ଏହି ଫିଲ୍ମ ପାଇଁ ହୁଡା ଖୁବ୍ ପରିଶ୍ରମ କରୁଛନ୍ତି। ସେ ନିଜର ଓଜନ ମଧ୍ୟ ହ୍ରାସ କରିଛନ୍ତି ।

 

View this post on Instagram

 

A post shared by Taran Adarsh (@taranadarsh)

ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ରଣଦୀପ ହୁଡା ଥିବା ବେଳେ ଏହାକୁ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.